ମନ୍ଦିର ପାର୍ଶ୍ବରୁ ଚନ୍ଦନ ଗଛ କାଟି ନେଇଗଲେ ଦୁର୍ବୁତ୍ତ।

0 106

ଶେରଗଡ,୧୭/୦୨(ପିପିଟି); ଶେରଗଡ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗାଁ ମଧ୍ଯ ଭାଗ ରେ ଥିବା ଗୋପୀନାଥ ମନ୍ଦିର ପ୍ରାଙ୍ଗଣନରୁ ଆଜି ମଧ୍ୟ ରାତ୍ରିରେ କିଛି ଦୁର୍ବୁତ୍ତ ପ୍ରାୟ ଆଠ ଫୁଟ ଲମ୍ବ ଓ ଦୁଇଫୁଟ ଓସାର ଚନ୍ଦନ ଗଛକୁ କାଟି ନେଇଥିବା ଜଣା ପଡ଼ିଛି। ସକାଳୁ ମନ୍ଦିର ପୂଜାରୀ ଗଛ କାଟି କେହି ନେଇଯିବାର ଦେଖି ଗ୍ରାମ ବାସୀଙ୍କୁ ଖବର ଦେଇଥିଲେ। ଗ୍ରାମ ବାସୀ ହିଞ୍ଜିଳି ଥାନାରେ ଖବର ଦେଇଥିବା ଜଣା ପଡ଼ିଛି। ଚନ୍ଦନ ଗଛର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ତେବେ ଉକ୍ତ ଡକାୟତି ରେ ଗ୍ରାମର କେହି ବ୍ୟକ୍ତି ସମ୍ପୃକ୍ତ ଅଛି ବୋଲି ଅନୁମାନ କରାଯାଉଛି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.