କନ୍ଧମାଳ,୨୦/୧୨(ପିପିଟି):କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ପଞ୍ଚାୟତ ରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତକୁ କିଛି ବିଜେପି କର୍ମୀଙ୍କ ବିରୋଧ କରିବାରୁ ସଭାସ୍ଥଳ ପାଖରୁ ବିଜେପି କର୍ମୀଙ୍କୁ ଟେକିନେଲା ଫିରିଙ୍ଗିଆ ପୋଲିସ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବସଷ୍ଟାଣ୍ଡ ଠାରେ ହେବାକୁ ଥିବା ସଭା ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଫିରିଙ୍ଗିଆ ଗସ୍ତକୁ ବିରୋଧ କରିବାରୁ ଜିଲ୍ଲା ବିଜେପି ଯୁବମୋର୍ଚା ସଭାପତି ଗୋଲକ କହଁରଙ୍କ ସହ ଅନ୍ୟ କିଛି ବିଜେପି କର୍ମୀଙ୍କୁ ପୁଲିସ ସଭାସ୍ଥଳରୁ ଉଠେଇ ନେଇ ଥାନାରେ ଅଟକ ରଖିଛି । ତବେ ସଭା ଆରମ୍ଭ ହେବା ଆଗରୁ ବିଜେପି କର୍ମୀ ମାନେ କଳାପତାକା ଧରି ପ୍ରତିବାଦ କରିବା ପାଇଁ ସଭାସ୍ଥଳକୁ ଧସେଇ ପଶୁଥିବା ବେଳେ ପୁଲିସ ସଭାସ୍ଥଳ ନିକଟରୁ ବିଜେପି ନେତା ଓ କର୍ମୀଙ୍କୁ ଉଠେଇ ନେଇଥିଲା ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ )