ମନୋଜ ଦାସ ନିଜେ ନିଜର ମୂର୍ତ୍ତିକାର: ନିଜେ ନିଜର ପୁରସ୍କାର ।

0 129

ଜଗତସିଂହପୁର,୦୫/୦୫(ପିପିଟି); ଓଡ଼ିଆ ସାହିତ୍ୟର ବିଶିଷ୍ଟ କଥାଶିଳ୍ପୀ ,ବାଗ୍ମୀ,ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମୃତି ସଭା ଜଗତସିଂହପୁର ସାହିତ୍ୟ ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ପରିଷଦର ସଭାପତି ଅଜୟ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପ୍ରଥମେ ବିଦଂଗତ ମନୋଜ ଦାସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ, ଗୀତାପାଠ ତଥା ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ନିବେଦନ ପୂର୍ବକ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଭାରେ ମୁଖ୍ୟଅତିଥି ରୂପେ ଯୋଗଦେଇ ବିଶିଷ୍ଟ ଗାଳ୍ପିକ ଇଂ:ବିଷ୍ଣୁ ସାହୁ ମନୋଜ ଦାସଙ୍କ ସାରସ୍ୱତ ପ୍ରତିଭା ଓ ବାଗ୍ମୀତା ଉପରେ ଆଲୋକପାତ କରି ତାଙ୍କର କାଳଜୟୀ ସାହିତ୍ୟକୃତି ଓଡ଼ିଆ ସାହିତ୍ୟ ଜଗତର ଦିଗବାରେଣି ରୂପେ ପତିତମାନ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ମନୋଜ ଦାସ ନିଜେ ନିଜର ମୂର୍ତ୍ତିକାର ଓ ନିଜେ ନିଜର ପୁରସ୍କାର ବୋଲି କହିବା ସହିତ ପ୍ରତ୍ୟେକ ସାହିତ୍ୟକ,ଲେଖକ ନିଜର ସାରସ୍ୱତ ସାଧନା ନିମନ୍ତେ ବାହ୍ୟ ପ୍ରେରଣଠାରୁ ଅନ୍ତ ପ୍ରେରଣାକୁ ଗୁରୁତ୍ୱ ପ୍ରଦାନ କରିବା ମନୋଜ ଦାସଙ୍କ ଆଜିର ସାହିତ୍ୟକମାନଙ୍କ ପ୍ରତି ଉକ୍ତି ଥିଲା ବୋଲି କହିଥିଲେ ।କୋଭିଡ କଟକଣା ଯୋଗୁ ଅନେକ ବ୍ୟକ୍ତି ଭିଡିଓ ମାଧ୍ୟମରେ ଆମର ଆତ୍ମା ପ୍ରତି ଶୋକ ବ୍ୟକ୍ତ କରିଥିଲେ । ଡ଼:ଜ୍ୟୋର୍ଟିମୟୀ ମହାନ୍ତି,ମନୋରମା ଶତପଥୀ,ତିଲୋତ୍ତମା ଦାସ,ରମେଶ ବହିରା, ପୁର୍ଣ ମିଶ୍ର ପ୍ରମୁଖ ସେମାନଙ୍କର ଶୋକବାର୍ତା ଜଣାଇଥିଲେ । ଶେଷରେ ସବ୍ୟସାଚୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ପ୍ରତାପ କୁମାର ସିଂହ)

Leave A Reply

Your email address will not be published.