ବେଳଗୁଣ୍ଠା,ତା-୨୪୫୦୯(ପିପିଟି); ବେଳଗୁଣ୍ଠା ବ୍ଳକ ଅଧିନସ୍ତ ବଙ୍କା ପଞ୍ଚାୟତର ସୁରମଣି ଗ୍ରାମ ସତ୍ୟନାରାୟଣ ମନ୍ଦିର ନିକଟରେ ଏକ ନୂତନ ପୋଖରୀ ଖୋଲିବାପାଇ ୨୦୧୯- ୨୦ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ମଞ୍ଜୁରୀ ହେଇଥିଲା । ହେଲେ ତାହା କରନା ମହାମାରୀ ହେତୁ କାମ ଟି ବନ୍ଦ ଥିଲା । ଏହାର ସୁଯୋଗ ନେଇ କିଛି ଅସାଧୁ ସରକାରୀ କର୍ମଚାରୀ ଗତ ଦୁଇମାସ ମଧ୍ୟରେ କିଛି କାମ ନକରି ୨,୮୧,୦୦୦ ହଜାର ଟଙ୍କା ଲେବର ବାବଦରେ ବିଲ କରି ନେଈଯାଇଛନ୍ତି । ମନ୍ଦିର କମିଟି ଓ ଗ୍ରାମବାସୀ ଏହାଜାଣି ବା ପରେ ବେଲଗୁଣ୍ଠା ବିଡିଓଙ୍କୁ ଏ ନେଇ ବୁଧବାର ଦିନ ଜଣାଇଥିଲେ ସେ ଲୋକଙ୍କୁ କହିଲେ କି ମୁଁ ଏହାର ତଦନ୍ତ କରି ଅସାଧୁ କର୍ମଚାରୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନେବି କିନ୍ତୁ ବିଡମ୍ବନାର ବିଷୟ ଏହିକି ସେହି ନୂତନ ପୋଖରୀ ୨୪/୦୯/୨୦୨୦ ଦିନ ସକାଳୁ କିଛି ଲୋକ ସେଠାକୁ କାମକରିବା ପାଇଁ ଆସିଥିଲେ ଏହା ଜାଣିପାରି ସୁରମଣି ଗ୍ରାମବାସୀ କିଏ କାମ କରୁଛି ବୋଲି ପଚାରିଥିଲେ ସେମାନେ କହିଲେ ଜେଇ ଓ ଜିଆରଏସ ପଠାଇଛନ୍ତି ପୋଖରୀ ଖୋଳିଵା ପାଇଁ ଏହାକୁ ଗ୍ରାମବାସୀ ବିରୋଧ କରିବାରୁ ଉତ୍ତେଜନା ହୋଇଥିଲା ପରେ ବାଲିପଦର ପୋଲିସର ହସ୍ତକ୍ଷେପ ପରେ ଉତ୍ତେଜନା ଶାନ୍ତ ପଡିଥିଲା ଓ କାମ ବନ୍ଦକରି ଦିଆଯାଇଥିଲା । ବିଡ଼ିଓଙ୍କ ସହ ଯୋଗାଯୋଗ କରିବାକୁ ପୋଲିସ କହିଥିଲା ।ଏହି ପରି ସେହି ପଞ୍ଚାୟତରେ ଆହୁରି କିଛି କାମ ମଧ୍ୟ ଏହିପରି କାମ ନହୋଇ ବିଲ ହୋଇଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ଉଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମ ବାସୀ ଦାବି କରିଛନ୍ତି । ନ ହେଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନର ପନ୍ଥା ଗ୍ରହଣ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । (ରିପୋର୍ଟ – ଶିବରାମ ଚୌଧୁରୀ ।)