ମନିଷ ଅନୁରାଗଙ୍କ ବିୟୋଗରେ ପ୍ରେସକ୍ଳବ, ହିଞ୍ଜିଳିକାଟୁ ତରଫରୁ ଶୋକସଭା ।

0 349

ହିଞ୍ଜିଳିକାଟୁ,୧୧/୧୦(ପିପିଟି): ଓଡ଼ିଶାର ଅଗ୍ରଣୀ ମୁଦ୍ରିତ ଗଣମାଧ୍ୟମ ନିର୍ଭୟ ଖବରକାଗଜର ପ୍ରାକ୍ତନ ପରିଚାଳନା ନିର୍ଦ୍ଦେଶକ ମନିଷ ଅନୁରାଗ (ଗୁଡୁ)ଙ୍କ ରବିବାର ଅକାଳ ବିୟୋଗ ଘଟି ସାମ୍ବାଦିକ ଜଗତରେ ଅପୁରଣୀୟ କ୍ଷତି ଘଟିଛି । ନିର୍ଭୟ ଖବରକାଗଜର ସମ୍ପାଦକ ନବୀନ ଦାସଙ୍କ ପୁଅଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସୋମବାର ପ୍ରେସକ୍ଳବ, ହିଞ୍ଜିଳିକାଟୁ ପକ୍ଷରୁ ବସ୍ ଟର୍ମିନାଲ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସଦସ୍ୟ ଦ୍ବିତୀକୃଷ୍ଣ ପଣ୍ଡାଙ୍କ ଆବାହକତ୍ତ୍ବରେ ଗୁଡୁଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାର ସଦଗତି ପ୍ରାପ୍ତି ନିମନ୍ତେ ୨ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ଗୁରୁଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ପ୍ରେସକ୍ଳବ, ହିଞ୍ଜିଳିକାଟୁ ପକ୍ଷରୁ ଦାବି ହୋଇଛି । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶେଷଦେବ ସାହୁ, ବିଶ୍ବମ୍ବର ସାହୁ, ଲଳିତ ମୋହନ ପୋଲାଇ, ଅଜିତ ପଟ୍ଟନାୟକ, ପ୍ରିୟବ୍ରତ ପଣ୍ଡା, ମନୋଜ ସାହୁ, କାଳିଆ ନାୟକ, ଶୁସାନ୍ତ ପ୍ରଧାନ, ରଞ୍ଜିତ ପୋଲାଇ, ବିଭୁପ୍ରସାଦ ପଣ୍ଡା, ରଞ୍ଜନ ପ୍ରଧାନ, ସାନ୍ତନୁ ବେହେରା, ପ୍ୟାରୀମୋହନ ପାଢି, କୋରାମଣି ରାଉଳ, ବାବୁଲା ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା)

Leave A Reply

Your email address will not be published.