ରାୟଗଡା,୩୧/୦୫(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକର ୧୭ ଜଣ କିନ୍ନରଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି।ଏଣିକି ସେମାନେ ମାସିକ ୫୦୦ଟଙ୍କା ଲେଖାଏଁ ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। କୋଭିଡ ନିୟମ ଅନୁଯାୟୀ ଆଜି କେବଳ ୫ଜଣ ହିତାଧିକାରୀଙ୍କୁ ପ୍ରମାଣପତ୍ର ସହ ୨ ମାସର ପେନସନ ୧୦୦୦ ଟଙ୍କା ଦିଆଗଲା।ଅବଶିଷ୍ଟ ୧୨ ଜଣ ଜୁନ୧୫ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଦାନ କରାଯିବ। ପ୍ରତି ହିତାଧିକାରୀ ୪ମାସର ୨୦୦୦ଟଙ୍କା ପାଇବାକଥା,ସେହି ବଳକା ଟଙ୍କା ମଧ୍ଯ ଜୁନ୧୫ ରେ ଦିଆଯିବ ବୋଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ କହିଛନ୍ତି। ଆଜିର ଏହି ପେନସନ ପ୍ରଦାନରେ ବ୍ଲକ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗୀ,ବିଡିଓ ବେଣୁଧର ଶବର, ସେକ୍ସନ ଅଫିସର ସୁରେନ୍ଦ୍ରନାଥ ମହାପାତ୍ର ଏବଂ ମା ମାଝୀ ଗୌରୀ କିନ୍ନର ମହାସଂଘ ସମ୍ପାଦିକା ପିଙ୍କି ମହାପାତ୍ର ଉପସ୍ଥିତ ଥିଲେ। ପିଙ୍କି ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ,ଏହା କିନ୍ନରମାନଙ୍କ ଦୀର୍ଘଦିନରୁ ଦାବି ରହିଥିଲା।
(ରିପୋର୍ଟ – ନବୀନ ନାୟକ ବେହେରା। )