ମଦ ମୃତ୍ୟୁ ରୋକିବା ମୁଖ୍ୟ ଫୋକସ; ଉପଖଣ୍ଡ ସ୍ତରୀୟ ମଲ୍ଟି ଡିସିପ୍ଲିନାରୀ ସ୍କ୍ୱାର୍ଡ ବୈଠକରେ ନିଷ୍ପତ୍ତି ।

0 339

ଭଞ୍ଜନଗର,୧୨/୦୨(ପିପିଟି); ବେଆଇନ ମଦ ବିକ୍ରି ଏବଂ ପ୍ରସ୍ତୁତକାରୀ ଅସାଧୁ ବ୍ୟବସାୟୀଙ୍କୁ ଛଡାଯିବ ନାହିଁ । ଅପରାଧି ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭଞ୍ଜନଗର ଉପ-ଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼ କହିଛନ୍ତି । ତହସିଲଦାର, ଅବକାରୀ ବିଭାଗ ଏବଂ ପୋଲିସ ପରସ୍ପର ସହ ଉତ୍ତମ ସମନ୍ୱୟ ରକ୍ଷା କରି ଚଢ଼ଉକୁ ଜୋରଦାର କରିବାକୁ ଶ୍ରୀ ମିଂଜ଼ ପ୍ରକାଶ କରିଛନ୍ତି । ଏହା ଛଡା ରାତ୍ରି ସମୟରେ ବେଆଇନ ଭାବେ ଚୋରାଚାଲାଣ ହେଉଥିବା ବିଭିନ୍ନ ନିଶା ଦ୍ରବ୍ୟ ରୋକିବାକୁ ରାତ୍ରି ପେଟ୍ରୋଲିଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି । ଯେପରି ମଦ ମୃତ୍ୟୁ ରେ ଜଣେ ବି ନ ମରନ୍ତି ସେଥିନିମନ୍ତେ ବେଆଇନ ମାଦକ ଦ୍ରବ୍ୟ ପ୍ରସ୍ତୁତ କାରୀ ଏବଂ ବିକ୍ରି ଉପରେ ଲଗାମ ଲଗେଇବାକୁ ପଡିବ ବୋଲି ଶ୍ରୀ ମିଂଜ଼ ପରାମର୍ଶ ଦେଇଛନ୍ତି । ବେଆଇନ ଔଷଧ ଦୋକାନ , କ୍ଲିନିକ ମାନଙ୍କରେ ନଜର ରଖିବା ସହ ଚଢ଼ଉ ନିମନ୍ତେ ଡ୍ରଗ ଇନିସପେକେଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ହୋଟେଲ ଏବଂ ଢ଼ାବା ଉପରେ ଚଢ଼ଉ ନିମନ୍ତେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଧେଶ ଦିଆଯାଇଛି । ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉପଖଣ୍ଡ ସ୍ତରୀୟ ମଲ୍ଟି ଡିସିପ୍ଲିନାରୀ ସ୍କ୍ୱାର୍ଡ ବୈଠକରେ ଅନ୍ୟ ଉପସ୍ଥିତ ଅଧିକାରୀଙ୍କ ମଧ୍ୟରେ ସୋରଡ଼ା ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର , ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା , ଶେରଗଡ଼ ତହସିଲଦାର ଦୟାସିନ୍ଧୁ ପରିଡା, ଆସ୍କା ତହସିଲଦାର ସଦାନନ୍ଦ ସେଠୀ, ଧରାକୋଟ ତହସିଲଦାର କବିରାଜ ପ୍ରଧାନ, ଜଗନ୍ନାଥପ୍ରସାଦ ତହସିଲଦାର ମନୋଜ କୁମାର ତ୍ରିପାଠୀ, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା,ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ,ଗଞ୍ଜାମ ଅବକାରୀ ଡ଼େପୁଟି ସୁପାରିଟେଣ୍ଡ ଅଭିରାମ ବେହେରା, ଅବକାରୀ ଏସ.ଆଇ ଦୁର୍ଯ୍ୟଧାନ ଦିଗାଲ, ଉତ୍ତର ଘୁମୁସର ଏସିଏଫ ସୁଦର୍ଶନ ବାଦୀ, ଦକ୍ଷିଣ ଘୁମୁସର ଏସିଏଫ ଶଙ୍କର ସଣ ବେହେରା, ଆସ୍କା ରେଞ୍ଜ ଏସ.ଆଇ ଧିରେନ କୁମାର ବେହେରା, ଭଞ୍ଜନଗର ଅବକାରୀ ଇନିସପେକ୍ଟର ପାର୍ଥ ସାରଥୀ ରାଉତ,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ସମେତ ବରିଷ୍ଠ ରାଜସ୍ୱ ସହାୟକ ଫକୀର ମୋହନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.