ଭଞ୍ଜନଗର,୨୭/୧୧(ପିପିଟି): ମୁଜାଗଡ଼ ପଞ୍ଚାୟତ ବିରିପଦର ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ ଚାଲିଥିବା ଖବର ପାଇ ଭଞ୍ଜନଗର ଅବକାରୀ ବିଭାଗ ତରଫରୁ ଅଚାନକ ସେଠାରେ ଚଢ଼ାଉ କରାଯାଇଥିଲା। ସେହି ସ୍ଥାନରୁ ୩୧ଶହ ଲିଟର ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରିବା ସହ ୫୦ଲିଟର ଦେଶୀ ମଦ ଓ ରନ୍ଧା ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଥାନା ଓଆଇସି ରମ୍ଭା ବାଗଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )