ମାଲକାନଗିରି,୦୬/୦୩(ପିପିଟି): ଗତ ଶୁକ୍ରବାର ଦିନ ମାଲକାନଗିରି ଜିଲ୍ଲାର ଏମପିଭି-୨୯ଗ୍ରାମର ସୁଜୟ ବୋଷଙ୍କ କନ୍ୟା ଆୟୁଷ୍ମତୀ ପୂଜା ବୋଷଙ୍କ ସହ ଏମପିଭି-୭୬ ଗ୍ରାମର ସ୍ୱର୍ଗତ ଅସୀମ ହାଲଦାରଙ୍କ ପୁତ୍ର ଆୟୁଷ୍ମାନ ଅରୁଣ ହlଲଦାର ଙ୍କ ବିବାହ ମତୁଆ ଧର୍ମ ରୀତିନୀତି ରେ ସମ୍ପନ୍ନ ହୋଇଯାଇ ଅଛି । ମାଲକାନଗିରି ଜିଲ୍ଲାର ମତୁଆ ଧର୍ମାବିଲମ୍ବି ବର୍ତ୍ତମାନ ସଚେତନ ହୋଇ ନିଜ ଧର୍ମକୁ ଅନୁଶରଣ କରି ମତୁଆଚାର୍ଯ୍ୟଙ୍କ ଦ୍ୱାରା ବିବାହ ଓ ଶ୍ରlଦ୍ଧ କର୍ଯ୍ୟକ୍ରମ କରିବାକୁ ଆଗମନ ହୋଇଛନ୍ତି । ଶ୍ରୀ ଶ୍ରୀ ହରି ଚାନ୍ଦ ଓ ଶ୍ରୀ ଶ୍ରୀ ଗୁରୁଚାନ୍ଦଙ୍କ ମତ ଅନୁଶରଣ କରୁଛନ୍ତି । ବିବାହ କାର୍ଯ୍ୟରେ ଲୀଳାମୃତ ଗ୍ରନ୍ଥ ଓ ଶ୍ରୀ ଶ୍ରୀ ହରିଚାନ୍ଦ ଓ ଜଗତ ଜନନୀ ଶାନ୍ତି ମାତାଙ୍କ ଫୋଟ ଚିତ୍ର ରଖି ଉଭୟ ବର ବଧୂ ଓ ମାତା ପିତାଙ୍କୁ ବିବାହ ବେଦୀରେ ବସାଇ ବିବାହ କାର୍ଯ୍ୟକ୍ରମ ଶୁଭlରମ୍ଭ କରନ୍ତି । ଉଭୟ ପକ୍ଷରୁ ଦୁଇ ଜନ ସଭାପତି ବାଛି ତାଙ୍କର ଅନୁମତି କ୍ରମେ ମତୁଆଚାର୍ଯ୍ୟ ବିବାହ କାର୍ଯ୍ୟ ସମ୍ପନ୍ନ କରନ୍ତି । ଏହି ବିବାହର ପୌରହିତ ଭାବେ ମତୁଆଚାର୍ଯ୍ୟା ଅଜଧ୍ୟା ବୈରାଗୀ ବିବାହ କରିଥିଲେ । ତାଙ୍କ ସହଯୋଗୀ ଭାବେ ସର୍ବ ଭାରତୀୟ ମତୁଆଚାର୍ଯ୍ୟ ରବିନ୍ଦ୍ର ନାଥ ବିଶ୍ୱାସ, ନିର୍ମଳ ଶିଖଦାର ଓ ପ୍ରକାଶ ମଣ୍ଡଳ ସହଯୋଗ କରିଥିଲେ । ଏହି ନିଆରା ବିବାହରେ ଅଥିତି ଭାବେ ମତୁଆ ସମାଜର ସଭାପତି ଅଶୋକ ହlଳଦାର, ବୀରେନ ସରକାର, ଲକ୍ଷ୍ମଣ ଚନ୍ଦ୍ର ଘରମୀ, ଅନିମେଷ ମଣ୍ଡଳ, ସମୀର ଗାଇନ, ବିମଳ ଡାକୁଆ, ରାଜା ମଣ୍ଡଳ, ଦେବାଶିଷ ମଣ୍ଡଳ, ଦୁଲାଲ ମଣ୍ଡଳ, ବିଧାନ ହଳଦାର, ରବିନ ମଣ୍ଡଳ ଓ ସମାଜ ସେବୀ ରାଜା ଭାଇ ଉପସ୍ଥିତ ରହି ବିବାହ କାର୍ଯ୍ୟ ଶାନ୍ତିପୂର୍ଣ ଭାବେ ସମ୍ପନ୍ନ କରାଯାଇଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post
Next Post