ମଣ୍ଡିରୁ ଧାନ ଉଠାଣକୁ ନେଇ ଚାଷୀଙ୍କ ଦାବି ପତ୍ର ପ୍ରଦାନ।

0 208

ପୋଲସରା,୧୨/୦୩(ପିପିଟି); ପୋଲସରା ପଞ୍ଚାୟତ ସମିତି ଅଧୀନସ୍ଥ ମଥୁରା ସମବାୟ ସମିତିର ଟୋକନଧାରି ଚାଷୀମାନଙ୍କର ଧାନ ମଣ୍ଡିକୁ ଉଠାଇନେବାକୁ ଦାବି କରାଯାଇଛି । ଦାବିପତ୍ର ଅନୁସାରେ ଚଳିତ ଖରିଫ ଋତୁରେ ଉକ୍ତ ସମବାୟ ସମିତିର ମଥୁରା ବନ୍ଥପଲ୍ଲୀ ଉଭୟ ପଞ୍ଚାୟତ ଚାଷୀମାନେ ଧାନଚାଷ ଅମଳ କରିଥିଲେ । ପରବର୍ତ୍ତୀ ସମୟରେ ସରକାରଙ୍କଠାରୁ ଟୋକେନ୍ ମଧ୍ୟ ପାଇଛନ୍ତି । କିନ୍ତୁ ଦୁଃଖର ବିଷୟ ଟୋକେନ୍ ଥାଇ ସୁଦ୍ଧା ଆଜି ପର୍ଯ୍ୟନ୍ତ ମଣ୍ଡିକୁ ଧାନ ଯାଇନାହିଁ । ଏଭଳି ପରିସ୍ଥିତିରେ ଚାଷୀମାନଙ୍କ ଚାଷୀ ମାନଙ୍କ କହିବା ପ୍ରକାରେ ପୂର୍ବରୁ ବହୁବାର ବ୍ଲକ ପ୍ରଶାସନ ନିକଟରେ ସେମାନଙ୍କର ଅମଳକ୍ଷମ ଧାନକୁ ମଣ୍ଡିକୁ ଉଠାଇ ନିଆଯିବା ସହିତ ସରକାରଙ୍କ ଘୋଷଣା ଅନୁସାରେ ପ୍ରାପ୍ୟ ମିଳିବା କଥା କିନ୍ତୁ ଦୁଃଖର ବିଷୟ ସେମାନଙ୍କ ବହୁବାର ଅନୁରୋଧକୁ ବିଡ଼ିଓ , ଯୋଗାଣ ଅଧିକାରୀ ଅଣଦେଖା କରିଥିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସେନଙ୍କର କହିବା ପ୍ରକାରେ ଖୋଲା ଆକାଶ ତଳେ ଦୀର୍ଘ ଦିନ ହେବ ଧାନ ଗଚ୍ଛିତ ହୋଇ ରହିଥିବାରୁ ଅମଳ ଧାନ ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏଣୁ ଯଥା ଶୀଘ୍ର ସେମାନଙ୍କ ବିଲରୁ ଗଚ୍ଛିତ ଧାନକୁ ସମବାୟ ସମିତି ଜରିଆରେ ମଣ୍ଡିକୁ ଉଠାଇନେବାକୁ ଅନୁରୋଧ କରିଛନ୍ତି । ଦାବିପତ୍ର ବିଡ଼ିଓଙ୍କ ଅନୁପସ୍ଥିତିରେ ଏବିଡ଼ିଓ ଧର୍ମରାଜ ପରିଡାଙ୍କୁ କାର୍ଯ୍ୟାଳୟର ସାକ୍ଷାତ କରି ଚାଷୀ ମାନେ ଦାବିପତ୍ର ହସ୍ତାନ୍ତର କରିଛନ୍ତି ।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.