ମଣିଷ ବଦଳରେ କାର୍ଯ୍ଯ କରୁଛି ମେସିନ, କାର୍ଯ୍ଯାନୁଷ୍ଠାନ ଦାବି କଲା ବିଜେପି।

0 724

ଚିକିଟି,୨୬/୦୫(ପିପିଟି); କରୋନା ମହାମାରୀ ସମୟରେ ଲୋକେ ରୋଜଗାର ହରେଇ କାମ ନପାଇ ହଇରାଣ ହେଉଥିବା ବେଳେ ସରକାର ମନରେଗା ରେ ଲୋକଙ୍କୁ କାମ ଯୋଗାଇ ଦିଆଯାଉଛି ବୋଲି କହୁଥିବା ବେଳେ ମାଷ୍ଟର ରୋଲ୍ ରେ ନାଁ ବାହାର କରିଦେଇ ଲୋକେ କାମ କଲା ଭଳି ଦର୍ଶାଯାଇ ଚିକିଟି ବ୍ଲକ ଅନ୍ତର୍ଗତ ଗୋବିନ୍ଦ ନଗର ପଞ୍ଚାୟତର କିଶୋରଚନ୍ଦ୍ରପୁର ଗ୍ରାମର ସଲପ ବନ୍ଧରେ ଜେସିବି ମେସିନ ଓ ଟ୍ରାକ୍ଟର ଦ୍ଵାରା କାମ କରି ଲୋକଙ୍କ ଅର୍ଥକୁ ହରିଲୁଟ କରାଯାଉଛି ବୋଲି ବିଜେପି ନେତା ମନୋରଞ୍ଜନ ଦ୍ଯାନ ସାମନ୍ତରା ଅଭିଯୋଗ ଉଠାଇବା ସହିତ ନିଜର ଫେସବୁକରେ ଭିଡିଓ ପୋଷ୍ଟ କରିଛନ୍ତି। ବିଭାଗୀୟ ଯନ୍ତ୍ରୀ ସିଧାସଳଖ ଭାବେ ଏହି ଦୁର୍ନତୀରେ ସମ୍ପୃକ୍ତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଶ୍ରୀ ଦ୍ଯାନସାମନ୍ତରା ଅନୁରୋଧ କରିଛନ୍ତି।

Leave A Reply

Your email address will not be published.