ଭଞ୍ଜନଗର,୦୧/୦୪(ପିପିଟି): ଗୁରୁବାର ସନ୍ଧ୍ୟା ସମୟରେ ଦୁଇଟି ମଇଁଷି ସ୍ଥାନୀୟ ଜନସାଧାରଣ ଆକ୍ରମଣ କରି ଲହୁ ଲୁହାଣ କରି କୋର୍ଟ ଭିତରେ ପଶି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପଛ ପଟେ ରହିଥିବା ବେଳେ ପୁଣି ଆକ୍ରମଣ ଆଶଙ୍କା କରି ଏମାନଙ୍କୁ କାବୁ କରିବା ପାଇଁ ଏନ୍ ଏ ସି ଏବଂ ଦମକଳ ବାହିନି ସେଠାରେ ପହଞ୍ଚିଥିଲେ। ଆଜି ସକାଳ ୯ଟା ଠାରୁ ଦିନ ପ୍ରାୟ ୩ଟା ପର୍ଯ୍ୟନ୍ତ କର୍ମଚାରୀ ମାନେ ନାକଦମ ହୋଇ ମଧ୍ୟ ସେମାନଙ୍କୁ ଧରିବାରେ ବିଫଳ ହୋଇଛନ୍ତି ଶନିବାର ପୁଣି ମଇଁଷି ଧରିବା ପାଇଁ ଉଦ୍ୟମ କରାଯିବ ବୋଲି ଜଣା ପଡିଛି। କିନ୍ତୁ ବନ ବିଭାଗ ପକ୍ଷରୁ କୌଣସି ସହଯୋଗ ମିଳିପାରି ନାହିଁ। ଦୁଇ ମଇଁଷି ଲଢ଼େଇରେ ସେମାନଙ୍କ ଦେହରେ ଗଭୀର ଆଘାତ ଲାଗିଥିବା ବେଳେ ସେମାନେ ଅତ୍ୟନ୍ତ ଭୋକିଲା ଏବଂ ଭୟଭୀତ ଅବସ୍ଥାରେ ଥିବା ଯୋଗୁଁ ଅଧିକ ଆକ୍ରମଣ କରିବାକୁ ଆସୁଥିବା ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post