ଭେଜିପୁଟ ବଡ଼ ଦାଣ୍ଡରେ କାର୍ତ୍ତିକେଶ୍ୱର ପୂଜା ।

0 23

ଭଞ୍ଜନଗର,୦୮/୧୧(ପିପିଟି): ଭଞ୍ଜନଗର ସ୍ଥିତ ଭେଜିପୁଟ ବଡ଼ଦାଣ୍ଡ ସାହିରେ ମହା ସମାରୋହରେ କାର୍ତ୍ତିକେଶ୍ୱର ପୂଜାର ଆୟୋଜନ କରାଯାଇଛି।ଗତ ୪ତାରିଖ ବଡ଼ ଏକାଦଶୀ ପଞ୍ଚୁକ ତିଥିରେ ଏହି ପୂଜା ଆରମ୍ଭ ହୋଇଥିଲା ଏବଂ ଆସନ୍ତା ୧୧ତାରିଖରେ ଭାଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।ପୂଜାର ପ୍ରଥମ ଦିବସରେ କର୍ତ୍ତା ଭାବେ ମନୁ ବେହେରା ଉପସ୍ଥିତ ରହି ଦାୟୀତ୍ୱ ସମ୍ପାଦନ କରିଥିଲେ।ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ପୂଜା ଅନୁଷ୍ଠିତ ହେଉଥିବାରୁ ପ୍ରତିଦିନ ଏଠାରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏଥିରେ ପୂଜା କମିଟିର ସମସ୍ତ ସଦସ୍ୟ ଓ ସାହି ବାସିନ୍ଦା ଉପସ୍ଥିତ ରହି ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.