ଭେଜିପୁଟ ଠାରେ ମା’ ଦଣ୍ଡକାଳୀ ଯୁବକ ସଂଘ ଗଠିତ ।

0 556

ଭଞ୍ଜନଗର,୦୪/୦୨(ପିପିଟି);ସ୍ଥାନୀୟ ଭେଜିପୁଟ ମେନ ରୋଡ଼ ରେ ରହୁଥିବା ଯୁବକ ମାନଙ୍କୁ ସଙ୍ଗଠିତ କରି ନିଜ ଅଞ୍ଚଳରେ ଏକାଠି ହୋଇ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଭଞ୍ଜନଗର ବନବିହାର ଠାରେ ମା’ ଦଣ୍ଡକାଳୀ ଯୁବକ ସଂଘ ଗଠନ କରାଯାଇଛି। ଏଥି ନିମନ୍ତେ ଆୟୋଜିତ ବୈଠକରେ ସଭାପତି ଭାବେ ପ୍ରଭାକର ପ୍ରଧାନ,ଉପସଭାପତି ଅଭିମନ୍ୟୁ ବିଷୋୟୀ,କୋଷାଧ୍ୟକ୍ଷ ଡ଼. ପ୍ରମୋଦ ଗୌଡ଼,ଉପ କୋଷାଧ୍ୟକ୍ଷ ସୁଧୀର ପ୍ରଧାନ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ। ଆଗାମୀ ଦିନରେ ସଂଘ ତରଫରୁ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଅନ୍ୟର ସୁଖଦୁଃଝରେ ଠିଆ ହେବାପାଇଁ ସ୍ଥିର ହୋଇଥିଲା।ଏଥିରେ ପ୍ରମୋଦ ବିଷୋୟୀ, ମିଥୁନ ବିଷୋୟୀ,ରଞ୍ଜନ ବିଷୋୟୀ, ଦିବାକର ପଟ୍ଟନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ। ଅନୀଲ କୁମାର ବିଷୋୟୀ ପ୍ରାରମ୍ଭିକ ସୂଚନା ଦେବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଏବଂ ଶେଷରେ ଅଭିମନ୍ୟୁ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.