ଭୁସ୍ଖଳନ ଯୋଗୁଁ ସୋରଡ଼ା-ଦାରିଙ୍ଗବାଡି ରାସ୍ତା ସିଲ କଲା ପ୍ରଶାସନ ।

0 365

ଭଞ୍ଜନଗର,୨୧/୦୯(ପିପିଟି): ଗଞ୍ଜାମ ଜିଲ୍ଲା ସୋରଡା ଥାନା ଦାରିଙ୍ଗବାଡ଼ି ଘାଟିରେ ଭୁସ୍ଖଳନ ଯୋଗୁଁ ମାଟି ଅତଡ଼ା ଖସି ପଡିଛି।ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ କରିଛି ସ୍ଥାନୀୟ ପ୍ରଶାସନ।ଯାହା ଫଳରେ ସୋରଡା-ଦାରିଙ୍ଗିବାଡ଼ିକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି। ଉକ୍ତ ଅଞ୍ଚଳଟି ସମ୍ପୂର୍ଣ୍ଣ ବଣ ଜଙ୍ଗଲ ଘେରା ଘାଟି ହୋଇଥିବାରୁ ଅଧିକାଂଶ ସମୟରେ ବିପଦ ସଂକେତ ରହିଛି। ଗତ ଦୁଇ ତିନି ଦିନ ହେବ ବର୍ଷା ଲାଗିରହିଥିବା ବେଳେ ଆଜି ଦିନ ତମାମ ସୋରଡା ଓ ଦାରିଙ୍ଗିବାଡ଼ି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବା କାରଣରୁ ଭୁସ୍ଖଳନ ହେବା ଆଶଙ୍କା କରାଯାଇଛି। ଆଜି ଅପରାହ୍ନ ସମୟରେ ଦାରିଙ୍ଗିବାଡ଼ି ଘାଟିର ଚାରି ନମ୍ବର ବୁଲାଣି ରାସ୍ତା କଡରୁ ହାଠାତ୍ ମାଟି ଅତଡା ଖସି ଯାଇଥିବା ଜଣାପଡ଼ିଛି। ଘାଟିରେ ଯାତାୟାତ କରିବା ପାଇଁ ବିପଦ ରହିଥିବାରୁ ସୋରଡା ପ୍ରଶାସନ ଗାଜଲବାଡ଼ି ଠାରେ ରାସ୍ତାକୁ ଅବରୋଧ କରି ରଖିଛି। ଏବେ ଯାଏଁ ବର୍ଷା ଲାଗି ରହିଥିବାରୁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.