ବେଲଗୁଣ୍ଠା,୧୩/୦୯(ପିପିଟି): ଚାରିଦିନ ହେଲା ଲଗାଣ ବର୍ଷା ଯୋଗୁଁ ଚଢ଼ିଆ ପଲ୍ଲୀ ଠାରେ ତିଆରି କରାଯାଇଥିବା ଅସ୍ଥାୟୀ ପୋଲ ଟି ବୋଡାନଦୀର ବନ୍ୟା ପାଣିରେ ଧୋଇ ହୋଇ ଯାଇଥିବାରୁ ଆଜି ବେଲଗୁଣ୍ଠା ଠାରୁ ବାଲିପଦର ରାସ୍ତା ଯୋଗା ଯୋଗ ସଂପୂର୍ଣ୍ଣ ଭାବେ ଠପ୍ ହୋଯାଇଛି। ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଗାଡି ମୋଟର ଯାତାୟତ କରୁଥିବା ବେଳେ ଏହି ପରିସ୍ଥିତିରେ ଜନସାଧାରଣ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ଜଣାପଡିଛି। ଗତ ଚାରି ବର୍ଷ ହେଲା ବୋଡା ନଦୀ ଉପରେ ସେତୁ କାମ ଚାଲଥିବାବେଳେ ଅହେତୁକ ବିଳମ୍ବରେ ନିର୍ମାଣ କାର୍ଯ୍ୟ ଚାଲିଛି ବୋଳି ସ୍ଥାନୀୟ ଅଧିବାସୀ ଅଭିଯୋଗ କରି ଗୋଟିଏ ପ୍ରକାର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଆଗେଇ ଆସିଲେଣି। ଗତ ଚାରି ବର୍ଷ ହେଲା ପ୍ରତି ବର୍ଷା ଋତୁ ରେ କେତେବେଳେ ଅସ୍ଥାୟୀ ପୋଲ ଭଙ୍ଗୁଥିବା ବେଳେ କେତେବେଳେ ରାସ୍ତା ଉପରେ ପାଣି ଯାଉଥିବା ନଜିର ରହିଛି। ଏହାଯୋଗୁଁ ଲୋକ ନାନା ପ୍ରକାର ସୁବିଧା ର ସମ୍ମୁଖୀନ ହେଉଛନ୍ତି। ପାଣି ପୋଲ ଉପରେ ଯାଉଥିବା ବେଳେ ଶହେ ମିଟର ରାସ୍ତାକୁ ଅତିକ୍ରମ କରିବା ପାଇଁ ପ୍ରାୟ ୧୨ କିଲୋମିଟର ବୁଲି ବୁଲି ଯିବାକୁ ପଡୁଛି ବୋଲି ମତ ପ୍ରକାଶ ପାଇଛି।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )