ଭୁବନେଶ୍ୱରରେ ଜାତୀୟ ରାଜପଥ ଅବରୋଧ,ଶତାଧିକ ଗିରଫ ।

0 575

ଭୁବନେଶ୍ୱର,୦୮/୧୨(ପିପିଟି); କର୍ପୋରେଟ ସପକ୍ଷବାଦୀ ତଥା କୃଷକ ଓ ଖାଉଟି ବିରୋଧୀ ୩ ଗୋଟି କୃଷି ସମ୍ବନ୍ଧୀୟ ଆଇନ ଯଥା ୧. ମଣ୍ଡି ହରଣ ଆଇନ ୨. ଠିକା ଚାଷ ଆଇନ ୩. ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ ଏବଂ ବିଦ୍ୟୁତ ସଂଶୋଧନ ବିଲ ୨୦୨୦ର ସମ୍ପୂର୍ଣ୍ଣ ବାତିଲ ଦାବିରେ ୫ ଶହରୁ ଉର୍ଦ୍ଧ୍ବ କୃଷକ ସଂଗଠନର ମିଳିତ ମଞ୍ଚ ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ୱୟ ସମିତି ପକ୍ଷରୁ ୮ ଡିସେମ୍ବର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ଆଜି ସକାଳ ୯ ଘଟିକା ଠାରୁ ସିପିଆଇ(ଏମ୍-ଏଲ) ଖୋର୍ଦ୍ଧା ଜିଲ୍ଲା କମିଟି, ଟିୟୁସିଆଇ, କ୍ରାନ୍ତିକାରୀ ମହିଳା ସଂଗଠନ, ବସ୍ତି ସୁରକ୍ଷା ମଞ୍ଚ ଏବଂ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ପକ୍ଷରୁ କ୍ରାଉନ ହୋଟେଲ ନିକଟରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଫଳରେ ହଜାର ହଜାର ବସ, ଟ୍ରକ ଅନ୍ୟ ଗାଡି ଖୋର୍ଦ୍ଧା ପର୍ଯ୍ୟନ୍ତ ଲମ୍ବି ରହିଥିଲା। ମଧ୍ୟାହ୍ନ ୧ ଘଟିକାରେ ପୋଲିସ ବଳପୂର୍ବକ ଏହି ଆନ୍ଦୋଳଙ୍କାରୀଙ୍କୁ ଗିରଫ କରିଥିଲା। ଆମ ଦେଶର ଏବେ ମଧ୍ୟ ପ୍ରାୟ ୭୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ। ଦେଶ ଯେତେ ଡ଼ିଜିଟାଲ ହେଲେ ମଧ୍ୟ ଗୁଗଲରୁ ଖାଦ୍ୟ ପଦାର୍ଥ ଡାଉନଲୋଡ଼ ନାହିଁ। ଏହି ଆଇନ କେବଳ ଚାଷକୁ ଚାଷୀଙ୍କ ହାତରୁ ଛଡ଼ାଇ କର୍ପୋରେଟ୍ ପୁଞ୍ଜିପତିଙ୍କ କରାୟତ କରିବା ଏବଂ ନିତ୍ୟ ଆବଶ୍ୟକ ଖାଦ୍ୟପଦାର୍ଥର ବେପାରକୁ ବୃହତ୍ତ ପୁଞ୍ଜିପତିଙ୍କ କବଳିତ କରି ୯୫ ଭାଗ ଦେଶବାସୀଙ୍କୁ ଦିନରାତି ଶୋଷି ମାତ୍ର ୫ ଭାଗଙ୍କ ଗୋଲାମ କରି ରଖିବା ପାଇଁ ଉଦ୍ଦିଷ୍ଟ ଅଟେ। ଏହି ଜନ ବିରୋଧୀ ଆଇନର ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଏବଂ ଫାସିବାଦୀ ମୋଦି ସରକାର ବିରୁଦ୍ଧରେ ଆନ୍ଦୋଳନକାରୀମାନେ ସ୍ଲୋଗାନ ଦେଇଥିଲେ ସିପିଆଇ(ଏମ୍-ଏଲ) ରେଡ଼ ଷ୍ଟାର ନେତ୍ରୀ କମ୍ରେଡ଼ ପ୍ରମିଳା, ପାର୍ଟି ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ କମ୍ରେଡ଼ ରାଜେନ୍ଦ୍ର ପ୍ରସାଦ, ଶ୍ରମିକ ନେତା ବିଚିତ୍ର ପାତ୍ର, ସୁବଳ ସାହୁ, ଆଲେକଜାଣ୍ଡାର ରାୟ, ଅଜିତ କୁମାର ଜେନା, ଚିତ୍ତରଞ୍ଜନ ସ୍ୱାଇଁ, ରଂଜନ ମିଶ୍ର, କୃଷକ ନେତା ରାକେଶ କାନୁନଗୋ, ବସ୍ତି ନେତା ହେନା ବାରିକ, ଦୀନବନ୍ଧୁ ସାହୁ, ତ୍ରିନାଥ ମହାରଣା, ପଦ୍ମନାଭ ମାର୍ଥା, ରାମଚନ୍ଦ୍ର ସାହୁ, ମହିଳା ନେତ୍ରୀ ପ୍ରତିମା ନାୟକ ଆଦି ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ପାର୍ଟି ରାଜ୍ୟ ସମ୍ପାଦକ କମ୍ରେଡ଼ ଶିବରାମ ମଧ୍ୟ ଏହି ବିକ୍ଷୋଭ ବେଳେ ଗିରଫ ହୋଇଥିଲେ। ପୋଲିସ ସେମାନଙ୍କୁ ରିଜର୍ଭ ବାଟାଲିୟନ ଭିତରେ ଅଟକ ରଖିବା ପରେ ସେମାନଙ୍କ ନାମରେ ଏକ ମୋକଦ୍ଦମା ରୁଜ୍ଜୁ କରି ସନ୍ଧ୍ୟାରେ ସେମାନଙ୍କୁ ଛାଡି ଦେଇଛି ବୋଲି ପାର୍ଟି ରାଜ୍ୟ ସମ୍ପାଦକ କମ୍ରେଡ଼ ଶିବରାମ ଜଣାଇଛନ୍ତି। ଏଥିସହ କୃଷକଙ୍କ ଦାବି ସମର୍ଥନରେ ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ କରିଥିବାରୁ ସେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି।

Leave A Reply

Your email address will not be published.