ଭୁବନେଶ୍ବର,୦୩/୧୨;କୃଷକ ବିରୋଧୀ- କର୍ପୋରେଟ ସପକ୍ଷବାଦୀ ୩ଟି କୃଷି ଆଇନ ଓ ଜନବିରୋଧୀ ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୦ କୁ ରଦ୍ଦ କରିବା ଦାବିରେ ଏବଂ କୃଷକ ଆନ୍ଦୋଳନ ସମର୍ଥନରେ ଆଜି ସିପିଆଇ (ଏମ-ଏଲ୍) ରେଡଷ୍ଟାର ପକ୍ଷରୁ ୩ ଡିସେମ୍ବର ୨୦୨୦ରେ ଦେଶବ୍ୟାପୀ ସଂହତି ଦିବସ ଭାବେ ପାଳନ ପାଇଁ ଆହ୍ବାନ ଦିଆଯାଇଥିଲା। ଏହି ପରିପ୍ରେକ୍ଷପରେ ପାର୍ଟି ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ ଅପରାହ୍ନ ୪ ଟା ରୁ ୬ଟା ପର୍ଯ୍ୟନ୍ତ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ କୃଷକ ଆନ୍ଦୋଳନକୁ ସଂହତି ଜଣାଇ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ନେତୃତ୍ୱରେ ସାରା ଦେଶର କୃଷକ ଦିଲ୍ଲୀ ଚଲ୍ଲୋ ଆହ୍ବାନ ଦେଇ ଦୀର୍ଘ ୭ ଦିନ ଧରି ବୀରତ୍ୱପୂର୍ଣ ସଂଘର୍ଷ ଜାରି ରଖିଛନ୍ତି। ମୋଦି ସରକାରଙ୍କ ସମସ୍ତ ଦମନ ମୂଳକ ବ୍ୟବସ୍ଥାକୁ ଭଗତ ସିଂହଙ୍କ ଉତ୍ତର ଦାୟ।ଦ ମାନେ ଭଣ୍ଡୁର କରି ସମଗ୍ର ଦେଶର ଅନ୍ନଦାତାଙ୍କ ବିଜୟକୁ ସୁନିଶ୍ଚିତ କରିବା ଦିଗରେ ଅଗ୍ରସର ହେଉଛନ୍ତି । ଏହି କୃଷକ ଆନ୍ଦୋଳନକୁ ସଂହତି ଜଣାଇବା ପାଇଁ ସିପିଆଇ (ଏମ-ଏଲ୍) ରେଡଷ୍ଟାର ପକ୍ଷରୁ ଦେଶବ୍ୟାପୀ ସଂହତି ଦିବସ ପାଳନ କରାଯାଉଅଛି। ବିକ୍ଷୋଭକାରୀଙ୍କ ପକ୍ଷରୁ ଫାସିବାଦୀ ମୋଦିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ସିପିଆଇ (ଏମ-ଏଲ୍) ରେଡଷ୍ଟାର ଖୋର୍ଦ୍ଧା ଜିଲ୍ଲା କମିଟି କାର୍ଯ୍ୟକାରୀ ସମ୍ପାଦକ କମ୍ରେଡ୍ ରାଜେନ୍ଦ୍ର ବାରିକ, ପାର୍ଟି ଜିଲ୍ଲା କମିଟି ନେତ୍ରୀ ରାଧାରାଣୀ ମହାରଣା, କୃଷକ ନେତା ରାକେଶ ଆଦି ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ। କ୍ରାନ୍ତିକାରୀ କୃଷକ ସଭା ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଟିୟୁସିଆଇ ରାଜ୍ୟ ନେତା ସୁବଳ ସାହୁ, ବସ୍ତି ସୁରକ୍ଷା ମଞ୍ଚ ନେତ୍ରୀ ରାମଚନ୍ଦ୍ର ସାହୁ ଓ ହେନା ବାରିକ, କ୍ରାନ୍ତିକାରୀ ମହିଳା ସଂଗଠନର ନେତ୍ରୀ ଆଶା ସାହୁ ଓ ଝୁନୁ ସାହୁ ଆଦି ଏହି ବିକ୍ଷୋଭରେ ଯୋଗଦେଇ କୃଷକ ଆନ୍ଦୋଳନକୁ ସଂହତି ପ୍ରଦାନ କରିଥିଲେ। ପାର୍ଟି ରାଜ୍ୟ ସମ୍ପାଦକ କମ୍ରେଡ଼ ଶିବରାମ ଏବଂ ପାର୍ଟି କେନ୍ଦ୍ରୀୟ କମିଟି ସଦସ୍ୟା କମ୍ରେଡ଼ ପ୍ରମିଳା ମଧ୍ୟ ଏହି ସଂହତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବିକ୍ଷୋଭ ସ୍ଥଳୀରେ ସାଥି ରାଜେନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।