ଭିନ୍ନକ୍ଷମ ବୃନ୍ଦାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ସହାୟତା ।

0 251

ମାଲକାନଗିରି,୦୨/୦୨(ପିପିଟି):ଗତ ଏକ ସପ୍ତାହ ମଧ୍ୟରେ ବୃନ୍ଦା କବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ରହିଥିବା ସମୟରେ ୩ଥର ଜିଲ୍ଲାପାଳଙ୍କ ସହ କଥାବାର୍ତ୍ତା ପରେ କୌଣସି ଆସୁ ସୁଫଳ ନ ମିଳିବାରୁ, ଆଜି ଡ଼ାକ୍ତରଖାନାରୁ ଘରକୁ ଫେରିବା ବେଳେ ଜିଲ୍ଲାପାଳଙ୍କୁ ପ୍ରତ୍ୟକ୍ଷ ମିଶିବାକୁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲା ।
ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ବୃନ୍ଦା କବାସି ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅମ୍ବୁଲାନ୍ସ ରେ ଶୋଇ ରହିଥିବା ବୃନ୍ଦା ସହ ପ୍ରାୟ ୪୫ ମିନିଟ ଧରି ସ୍ୱାସ୍ଥ୍ୟ, ରୋଜଗାର, ଚିକିତ୍ସା, ପାଇଥିବା ସରକାରୀ ସୁବିଧା ଓ ବେସରକାରୀ ସହଯୋଗ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ବର୍ତ୍ତମାନ ତା ନିକଟରେ ମୃତ୍ୟୁ ବରଣ କରିଥିବା ଭାଇ ର ୨ ଜଣ ଝିଅର ଦାୟିତ୍ଵ ମଧ୍ୟ ସେ ନେଇଥିବା କହିଥିଲା । ଉଭୟ ଭଉଣୀ ଭିନ୍ନକ୍ଷମ ହୋଇଥିବାରୁ
ଚାଉଳ, ଉଚ୍ଚ ଶୌଚାଳୟ, ରହିବା ନିମନ୍ତେ ଘର,ବୃନ୍ଦା ଘର ନିକଟକୁ ପକ୍କା ରାସ୍ତା ,ଚଲାବୁଲା ନିମନ୍ତେ ଚକଲଗା ଚୌକି, ଅନେକ ଭାଙ୍ଗ ହୋଇପାରୁଥିବା ଖଟ ଓ କିଛି ଉତ୍ତମ ଖାଦ୍ୟ ନିମନ୍ତେ ଆର୍ଥିକ ସହଯୋଗ ପ୍ରଭୃତି ବିଷୟରେ ବୃନ୍ଦା ଗତବର୍ଷ ୨୦୨୧ଓ ୨୦୨୨ ନିବେଦନ କରିଥିଲା । ଏ ବିଷୟରେ ବିଭିନ୍ନ ଗଣ ମାଧ୍ୟମରେ ମଧ୍ୟ ପ୍ରକାଶ ହୋଇଥିବା ବୃନ୍ଦା କହିଥିଲା । କିନ୍ତୁ ଚାଉଳ ୩୫ କିଲୋ ବ୍ୟତୀତ କିଛି ମିଳିଲା ନାହିଁ ବୋଲି ସେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅବଗତ କରିଥିଲା ।
ତାର ଏପରି ୧୫ ବର୍ଷ ଧରି ବିଛଣାରେ ଶୋଇଥିବା ଜାଣିପାରି ନିଜର କିଛି ମନ ପସନ୍ଦ ଖାଦ୍ୟ କିଣି ଖାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ୧୦୦୦ଟଙ୍କା ବୃନ୍ଦା ଓ ତା ଭିନ୍ନକ୍ଷମ ଭଉଣୀ ରୁକ୍ମିଣୀକୁ ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରିଥିଲେ । ପରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଗୋଟିଏ ଚକ ଲଗା ଚୌକି, ଗୋଟିଏ ଚକ ଲଗା ଶୌଚାଳୟ ଗ୍ରହଣ କରି ବୃନ୍ଦା ଘରକୁ ଫେରିଥିଲା । ଅତିଶୀଘ୍ର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଆର୍ଥିକ ସାହାଯ୍ୟ ସହ ଅନ୍ୟ ସମସ୍ତ ଅସୁବିଧା ଦୂର କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଆଶ୍ଵାସନା ଦେଇଥିଲେ । ଏପରି କାମରେ ସମାଜସେବୀ ରାମ କୃଷ୍ଣ ଚୌଧୁରୀ ଓ ତାଙ୍କ ଟିମ୍ ଙ୍କ ଭୂମିକାକୁ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସାଧୁବାଦ ଜଣାଇଛନ୍ତି । ଏପରି କିଛିବି ସମସ୍ୟା ଥାଏ ତେବେ ଯଥା ସମ୍ଭବ ଶୀଘ୍ର ଜିଲ୍ଲା ପ୍ରଶାସନର ଦୃଷ୍ଟି କୁ ଆଣିବାକୁ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଏବଂ ତାହାର ସମାଧାନ ନିମନ୍ତେ ଜିଲ୍ଲା ପ୍ରଶାସନ ସର୍ବଦା ତତ୍ପର ରହିଛି ବୋଲି କହିଛନ୍ତି ।
(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.