ବ୍ରହ୍ମପୁର,୩୦/୦୬(ପିପିଟି): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ହଡ଼ପ କରୁଥିବା ଅଭିଯୋଗରେ ଭିଜିଲାନ୍ସ ରେଡ୍ ହେଣ୍ଡରେ ଧରିଲା ତୁରୁବୁଡି ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ବେହେରାଙ୍କୁ । ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଗ୍ରାମ୍ୟ ହିତାଧିକାରୀଙ୍କ ଠାରୁ ୬୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ତୁରୁବୁଡ଼ି ପିଓ ରାଜେନ୍ଦ୍ର କୁମାର ବେହେରା । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଘର ତିଆରି ବାବଦରେ ଲାଞ୍ଚ ନେଉଥିଲେ ରାଜେନ୍ଦ୍ର । ୨୦୨୦-୨୨ରେ ଘର ତିଆରି କରିସାରିଛନ୍ତି ହିତାଧିକାରୀ । ହେଲେ ଶେଷ ଇନଷ୍ଟଲମେଣ୍ଟ ୩୦ ହଜାର ଟଙ୍କା ରିଲିଜ୍ କରିବା ପାଇଁ ରାଜେନ୍ଦ୍ର ୬ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ହିତାଧିକାରୀ ମାନଙ୍କୁ । ତେବେ ଲାଞ୍ଚ ଟଙ୍କାକୁ ଭିଜିଲାନ୍ସ ଜବତ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ କେ.ନୂଆଗାଁ ବନମାଳି ଗାଁରେ ଥିବା ଘରେ ଭିଜିଲାନ୍ସ ଛାପା ମାରିଛି । ବ୍ରହ୍ମପୁର ପ୍ରଥମ ଲେନ ଲକ୍ଷ୍ମୀ ବିହାରରେ ଥିବା ଘର ଓ ବ୍ରହ୍ମପୁର ବଡ଼ ବଜାର ଥାନା ଅଫିସରେ ମଧ୍ୟ ଚାଲିଛି ରେଡ୍ । କେଶ ନଂ – 10 U/S 7 PC ରେ ଅନ୍ତର୍ଭୁକ୍ତ ମାମଲାର ତଦନ୍ତ ଚାଲିଛି ।
(ରିପୋର୍ଟ- ଆରତ କୁମାର ହୋତା। )