ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ।

0 360

ବ୍ରହ୍ମପୁର,୧୪/୦୪(ପିପିଟି); ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଭୀଷ୍ମଗିରି ରାଜସ୍ବ ନିରୀକ୍ଷକ ଏ.ଶ୍ରୀକାନ୍ତ ଦୋରା ୫ ହଜାର ଟଙ୍କା ଲାଞ୍ଚ ନେଇ ମଙ୍ଗଳବାର ଦିନ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ଏକ ବିବାଦୀୟ ଜମି ଚିହ୍ନଟ ଓ ମାପଚୁପ କରିବା ଲାଗି ଭିଷ୍ମଗିରିର ସୁବାସ ଚନ୍ଦ୍ର ପଣ୍ଡା ଆରଆଇ ଏ.ଶ୍ରୀକାନ୍ତ ଦୋରାଙ୍କ ନିକଟକୁ ଯାଇଥିଲେ। ମାପଚୁପ ପାଇଁ ସେ ୫ ହଜାର ଟଙ୍କା ଦାବି କରିଥିଲେ। ଶ୍ରୀ ପଣ୍ଡାଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ଚଢାଉ କରି ଆରଆଇଙ୍କ ବାମ ପକେଟରୁ କେମିକାଲ ବ୍ଯବହୃତ ୫ ହଜାର ଟଙ୍କା ଜବତ କରିଥିଲେ। ଭିଜିଲାନ୍ସ ମାମଲା ରୁଜୁ କରିଛି। ୨୦୧୬ ମସିହାରେ ଲାଞ୍ଚ ନେଇ ଶ୍ରୀ ଦୋରା ଗିରଫ ହୋଇ ଜେଲ ଯାଇଥିବା ନେଇ ଭିଜିଲାନ୍ସ ଏସପି ଶାନ୍ତୁନୁ ପାଢୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.