ଭିଜିଲାନ୍ସ ଜାଲରେ ରାଇକିଆ ତହସିଲଦାର।

0 754

ବ୍ରହ୍ମପୁର,୨୯/୦୪(ପିପିଟି): କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ସେ ଏକ ପଥର ବୋଝେଇ ଟ୍ରାକ୍ଟର ଓଡି ୧୨ସି ୪୧୦୬କୁ ଛାଡ଼ିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗିରଫ କରଯାଇଛି । ତହସିଲଦାରଙ୍କ ସରକାରୀ ବାସଭବନରେ ପ୍ରଥମେ ଚଢ଼ାଉ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରାଯାଇଥିଲା। ମଣ୍ଡାକିଆ ଗ୍ରାମର ସେନାପତି ପ୍ରଧାନ ନାମକ ଜଣେ ବ୍ୟକ୍ତି ଏନ୍‌ଆରଇଜିଏରେ ଏକ କୂଅ ଖୋଲିବା ପାଇଁ ପଥର ନେଉଥିବା ବେଳେ ତହସିଲଦାର ଟ୍ରାକ୍ଟର ଅଟକାଇବା ସହ ୪୦ ହଜାର ଟଙ୍କା ଦାବି କରିଥିଲେ। ସେନାପତି ନିରୁପାୟ ହୋଇ ଭିଜିଲାନ୍ସର ସାହାରା ନେଇଥିଲେ। ଭିଜିଲାନ୍ସ କେସ ନମ୍ବର ୦୯/୨୮.୦୪.୨୧ ରେ ମାମଲା ରୁଜ୍ଜୁ ହୋଇ ତଦନ୍ତ ଚାଲିଥିବା ନେଇ ଏସପି ଶାନ୍ତନୁ କୁମାର ପାଢୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.