କଟକ,୧୧/୧୦:ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଦେବଗଡ଼ ଜିଲ୍ଲାର ତିଳେଇବଣି ବ୍ଳକ ଗ୍ରାମପଞ୍ଚାୟତ ଯନ୍ତ୍ରୀ ବିକାଶ କୁମାର ବେହେରାଙ୍କ ପାଖରୁ ୬୦ଟି ପ୍ଲଟ୍, ଗୋଟିଏ ଦୁଇ ମହଲା ଘର, ଗୋଟିଏ କାର୍, ୬ଲକ୍ଷ ୬୧ହଜାର ଟଙ୍କାର ବ୍ୟାଙ୍କ ଜମା, ୨୧ଲକ୍ଷ ୧୫ହଜାର ଟଙ୍କାର ଜୀବନ ବୀମା, ୭ଲକ୍ଷ ୮୩ ହଜାର ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ୩ଲକ୍ଷ ଟଙ୍କା ସମେତ ମୋଟି ୧କୋଟି ୨ ଲକ୍ଷ ଟଙ୍କାର ସଂପତ୍ତି ମିଳିଥିବା ନେଇ ଭିଜିଲାନ୍ସ ସୂଚନା ଦେଇଛି । ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରୀ ରହିଛି ।