ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ ।

0 721

ଉଲୁଣ୍ଡା,୦୩/୦୩(ପିପିଟି); ସୁବର୍ଣ୍ଣପୁର ଜିଲା ବିରମହାରାଜପୁର ବ୍ଲକ କେଞ୍ଜରିଆପାଲି ଗ୍ରାମ ତଥା ପଥରଘାଟ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ସନ୍ତୋଷ କୁମାର ସାହୁ ଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ତାଙ୍କର ପୈତୃକ ଘର କେଞ୍ଜରିଆପଲି ଓ ଲାତୁରପେଟ ସ୍ଥିତ ବସଭାବନରେ ସମ୍ବଳପୁର ଓ ସୁବର୍ଣ୍ଣପୁର ଭିଜିଲାନ୍ସ ର ସ୍ୱତନ୍ତ୍ର ଟିମ ପକ୍ଷରୁ ଚଢଉ କରାଯାଇଥିବା ଜଣାପଡିଛି । ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଡ଼ିଏସପି ଦାଶରଥି ଶତପଥୀ,ଡ଼ିଏସପି ଏମ ମିଞ୍ଜ,ଡ଼ିଏସପି ସୁଜାତା ପଣ୍ଡା ସମେତ ଭିଜିଲାନ୍ସର ଅନ୍ୟ ଅଧିକାରୀ ମାନେ ଏହି ଚଢଉ ସାମିଲରେ ଅଛନ୍ତି । ଲାତୁରପେଟ ଠାରେ ଦୁଇ ମହଲା ବିଶିଷ୍ଠ ଏକ କୋଠା,୧୦ ଟି ଷ୍ଟଲ ରହିଥିବାବେଳେ ଏକ ଚାରିଚାକିଆ ଗାଡି ମଧ୍ୟ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ସୂଚନା ମିଳିଛି । ବର୍ତ୍ତମାନ ଶ୍ରୀ ସାହୁଙ୍କର ସ୍ଥାବର ଅସ୍ଥାବର ସମ୍ପତି ସହ ବ୍ୟାଙ୍କ କାଗଜ ପତ୍ର ଯାଞ୍ଚ କରୁଥିବାବେଳେ ଯାଞ୍ଚ ସରିଲା ପରେ ସମସ୍ତ ସମ୍ପତିର ମୂଲ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.