ଭିଜିଲାନ୍ସ ଜାଲରେ କୋକସରା ସିଡିପିଓ।

0 638

ଧର୍ମଗଡ଼,୦୩/୧୨ : ଭିଜିଲାନ୍ସ ଜାଲରେ କୋକସରା ସିଡିପିଓ। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ସିଡିପିଓ ଜୟନ୍ତି ମହାନ୍ତି। ସୁନାମାଲ ଗ୍ରାମର ଅଙ୍ଗନୱାଡ କର୍ମୀ ଆରତୀ ଧଙ୍ଗଡାମାଝୀଙ୍କ ୩ ମାସର ଦରମା କରାଇଦେବା ପାଇ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ ଧରିଛନ୍ତି। ଏହା ସହ ସେ ରହୁଥିବା ସରକାରୀ କ୍ବାଟର ରୁ ୬୯ ହଜାର ମଧ୍ୟ ଜବତ କରିଛି ଭିଜିଲାନ୍ସ। କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛନ୍ତି ।

Leave A Reply

Your email address will not be published.