ଭିଜିଲାନ୍ସ ଜାଲରେ ଆଇଟିଡିଏ ମୁଖ୍ଯ କିରାଣି।

0 534

ବ୍ରହ୍ମପୁର,୦୪/୧୧: ଜଣେ ଠିକାଦାରଙ୍କଙ୍କୁ ଲାଞ୍ଚ ମାଗି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି ଫସିଛନ୍ତି । ଫାଇଲ୍ କାମ କରାଇଦେବାକୁ ଶ୍ରୀ ପାଣି ୬ ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଏନେଇ ଠିକାଦାରଙ୍କ ଅଭିଯୋଗ କ୍ରମେ ଶ୍ରୀ ପାଣିଙ୍କୁ ଭିଜିଲାନ୍ସ ଟିମ୍ ଲାଞ୍ଚ ନେବା ସମୟରେ ଧରିଥିଲା । ଜଣାପଡ଼ିଛି ଯେ, ବାଲିଗୁଡ଼ା ପାଟଖଣ୍ଡାସାହିର ଠିକାଦାର ପଦ୍ମଚରଣ ପାଣିଗ୍ରାହୀଙ୍କ ଆଇଟିଡିଏରେ କିଛି ଠିକା କାମ କରିଥିବାରୁ ଜମାରାଶି ଉଠାଇବା ଲାଗି ବିଲ୍ କରିବା ଓ ଫାଇଲ୍ ଘୁଞ୍ଚାଇବାକୁ ଶ୍ରୀ ପାଣିଙ୍କୁ କହିଥିଲେ । ମାତ୍ର ଶ୍ରୀ ପାଣି ଏଥିପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିବାରୁ ପଦ୍ମଚରଣ ଏନେଇ ଜିଜିଲାନ୍ସରେ ଅଭିଯୋଗ କରିଥିଲେ । ଫୁଲବାଣୀ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଏକ ପାଞ୍ଚଜଣିଆ ଟିମ୍ ଆଇଟିଡିଏ ଅଫିସରେ ଚଢ଼ାଉ କରି ଲାଞ୍ଚ ନେବା ସମୟରେ ଶ୍ରୀ ପାଣିଙ୍କୁ କାବୁ କରିଥିଲା । ତେବେ ଶ୍ରୀ ପାଣିଙ୍କ ବାସଭବନ ଛାନଭିନ୍ ସମୟରେ ତାଙ୍କଠାରୁ ୧୩.୨୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ବ୍ରହ୍ମପୁର ଭିଜିଲାନ୍ସ କେସ ନମ୍ବର ୧୬ ତା- ୦୨/୧୧/୨୧ ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଫୁଲବାଣୀ କୋର୍ଟ ଚାଲାଣ କରାଯାଇଛି। ତଦନ୍ତ ଅବ୍ୟାହତ ରହିଛି।

Leave A Reply

Your email address will not be published.