ଭିଆରଏସ୍ ଗ୍ରୁପ୍ ତରଫରୁ ମାସ୍କ ବଣ୍ଟନ ଏବଂ ଜନ ସଚେତନତା ।

0 295

ଗାଙ୍ଗପୁର,୧୯/୦୫(ପିପିଟି); ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ଯୁବ ଗୋଷ୍ଠୀଙ୍କୁ ନେଇ ଗଠିତ ଭିଆରଏସ୍ ନାମକ ସାମାଜିକ ଗଣମାଧ୍ୟମ ଗ୍ରୁପ୍ କରୋନାର ଦ୍ୱିତୀୟ ଲହରୀ ସମୟରେ ଜନ ସଚେତନତା ପାଇଁ ଆଗେଇ ଆସିଛି । ଆଜି ଗ୍ରୁପ୍ ସଦସ୍ୟ ଦୀନଦୟାଲ ଜେନାଙ୍କ ନେତୃତ୍ୱରେ ଏହି ଗ୍ରୁପ୍ ସିଙ୍ଗିପୁର ଗ୍ରାମର ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ୫୦୦ ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହିତ କରୋନା ସମୟରେ ସରକାରଙ୍କ ଲକ୍ ଡ଼ାଉନ୍ କଟକଣାକୁ ପାଳନ କରି ସାମାଜିକ ଦୂରତା ରକ୍ଷା ଏବଂ ବାରମ୍ବାର ହାତ ଧୋଇବା ପାଇଁ ସଚେତନ କରିଥିଲେ । ଗ୍ରୁପ୍ ର ଏହି କାର୍ଯ୍ୟକ୍ରମ ସହିତ ଯୁବ ରେଡ଼କ୍ରସ୍ ଜିଲ୍ଲା ସଂଯୋଜକ ବି.ଗୋବିନ୍ଦ ରାଓ ଯୋଗ ଦେଇ ଗ୍ରୁପ୍ ସଦସ୍ୟମାନଙ୍କୁ ଉତ୍ସାହିତ କରିବା ସହିତ କରୋନାକୁ ମାତ୍ ଦେବାପାଇଁ ଯୁବ ବର୍ଗ କରୋନା ଟୀକା ନେବା ସହିତ ଟୀକା ନେବା ପୂର୍ବରୁ ରକ୍ତଦାନ କରିବା ପାଇଁ ଯୁବକ ମାନଙ୍କୁ ପ୍ରେରଣା ଦେଇଥିଲେ । ଆଜିର ଏହି କାର୍ଯ୍ୟରେ ଗ୍ରୁପ ସଭାପତି ଚିତ୍ରସେନ ଦଳବେହେରା,ଭଞ୍ଜନଗର ଆରଏମସି ସଦସ୍ୟ ମାନସ ରଞ୍ଜନ ଜେନା ଏବଂ ଗ୍ରାମର ଶ୍ରୀକାନ୍ତ,ତାପସ,ସାଗର,ପ୍ରଦୀପ, ମାନସ ,ଚିତ୍ରଗୌଡ଼ ପ୍ରମୁଖ ସହଯୋଗ କରିଥିଲେ । ଆଗାମୀ ଦିନରେ ଏହି ଗ୍ରୁପ୍ ଗରୀବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.