ଭଞ୍ଜନଗର,୨୯/୦୮(ପିପିଟି): ଭଞ୍ଜନଗର ବ୍ଲକ ଦଦରାଲୁଣ୍ଡା ପଞ୍ଚାୟତ ପଇତା ଗାଁ ଠାରେ ସୋମବାର ସକାଳେ କୀର୍ତ୍ତନ ବିଷୋୟୀ (୫୮)ନିଜ ଚାଷ ଜମିକୁ ସାର ବୁଣିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ କୀର୍ତ୍ତନ ପ୍ରତିଦିନ ଭଳି ଆଜି ମଧ୍ୟ ନିଜ ଚାଷ ଜମିକୁ ଯାଇ କାମ କରୁଥିଲେ। ଧାନ ଫସଲରେ ସାର ପକାଉଥିବା ବେଳେ ନିକଟରେ ଏକ ଭାଲୁ ତା ନିଜର କିଛି ଛୁଆଙ୍କ ସହିତ ଏକ ବୁଦା ଭିତରେ ଲୁଚି ରହିଥିଲା। ବୁଦା ଭିତରୁ କିଛି ଶବ୍ଦ ଶୁଭିବାରୁ କୀର୍ତ୍ତନ ସେଠାକୁ ଦେଖିବାକୁ ଯାଇଥିଲେ ହେଲେ ବୁଦା ଭିତରୁ ହାଠାତ୍ ଭାଲୁଟି ବାହାରି କୀର୍ତ୍ତନକୁ ଅତର୍କିତ ଭାବେ ଆକ୍ରମଣ କରିଥିଲା।କୀର୍ତ୍ତନର ଚିତ୍କାର ଶୁଣି ନିକଟରେ କାମ କରୁଥିବା କିଛି ଲୋକେ ଦୌଡ଼ି ଯାଇ ତାକୁ ଆହତ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଏଠାରେ ପ୍ରାଥମିକ ଚିକିତ୍ସା ପରେ କୀର୍ତ୍ତନ ସୁସ୍ଥ ଥିବା ଜଣା ପଡିଛି । ପଇତାଗାଁ ଅଞ୍ଚଳରେ ଏଭଳି ଘଟଣା ପ୍ରଥମଥର ପାଇଁ ହୋଇଥିବାରୁ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Prev Post