ଭାଲୁକୁ ମାରିବା ପାଇଁ ବିଛା ଯାଇଥିଲା ବିଦ୍ଯୁତ ତାର ଲାଗି ମହିଳାଙ୍କ ମୃତ୍ଯୁ ।

0 267

ମାଲକାନଗିରି,ତା:୨୮/୦୯(ପିପିଟି): ଆଜି ମିକଶ୍ଚର ଫେକ୍ଟ୍ରିକୁ ଶୁଖିଲା କାଠ ଯୋଗାଇବାକୁ ଯାଇଥିବା ଆଦିବାସୀ ଦମ୍ପତିଙ୍କ ମଧ୍ଯରୁ ଭାଲୁ ପାଇଁ ବିଛା ଯାଇଥିବା ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ଉରେ ନାମ୍ନୀ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘିଟିଛି । ସ୍ବାମୀ ଦେବା ସାମାନ୍ଯ ଆହାତ ହୋଇ ଜୀବିତ ଥିବା ଜଣା ପଡିଛି । ମାଲକାନଗିରି ଥାନା ନିକଟସ୍ଥ ଏମଭି-୧୭ ଗ୍ରାମରେ କୃଷ୍ଣ ଦେବନାଥ ନାମକ ଜଣେ ବ୍ଯକ୍ତି ମିକଶ୍ଚର ଫେକ୍ଟ୍ରି କରିଥିବା ବେଳେ ସେହି ମିକଶ୍ଚର ଫେକ୍ଟ୍ରିକୁ ଶିଖପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ପାଲକୋଣ୍ଡା ଗ୍ରାମର ସ୍ବାମୀ ଦେବା ମାଢି(୪୦) ଏବଂ ସ୍ତ୍ରୀ ଉରେ ମାଢି (୩୫) ଦୁହେଁ ମିଶି ଏକ ଶଗଡରେ ଶୁଖିଲା କାଠ ଧରି ଆଜି ରାତି ୩ଟା ୩୦ ସମୟରେ ପହଞ୍ଚି ଥିଲେ । ମିକଶ୍ଚର ମାଲିକ ଫେକ୍ଟ୍ରିରେ ଶୋଇଥିବାରୁ ତାଙ୍କୁ ଉଠାଇବାକୁ ଉରେ ମାଢି ଯାଇଥିବା ବେଳେ ପୂର୍ବରୁ ବାଡ ଦେହରେ ଘେରା ଯାଇଥିବା ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା । ସ୍ତ୍ରୀ ଉରେକୁ ବଞ୍ଚେଇବାକୁ ଯାଇ ଦେବା ମାଢି ବିଦ୍ଯୁତ ଝଟକା ଖାଇ ଦୂରକୁ ଛିକି ପଡିବାରୁ ଆହାତ ହୋଇଥିଲା । କିନ୍ତୁ ସେ କୌଣସି ପ୍ରକାରେ ଜୀବନ ଦାନ ପାଇଥିଲା । ଉରେକୁ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ଚିକିତ୍ସା ଲାଗି ଅଣା ଯାଇଥିବା ବେଳେ ଡାକ୍ତର ମୃତ୍ଯୁ ଘୋଷଣା କରିଥିଲେ । ପ୍ରକାଶ ଥାଉକି ଏମଭି-୧୭ ଗ୍ରାମରେ ଥିବା ମିକଶ୍ଚର ଫେକ୍ଟ୍ରିକୁ ନିକଟସ୍ଥ ପାହାଡରୁ ଭାଲୁ ରାତିରେ ଆସି କୃଷ୍ଣ ଦେବନାଥଙ୍କ କ୍ଷୟ କ୍ଷତି କରୁଥିବାରୁ ସେ ଭାଲ୍ଲୁର ଦୌରତ୍ମ୍ଯରୁ ତ୍ରାହି ପାଇବା ପାଇଁ ଚତୁଃର୍ପାଶ୍ବର ତାର ବାଡ ଘେରାଇ ରାତିରେ ବିଦ୍ଯୁତ ସଂଯୋଗ କରି ଫେକ୍ଟ୍ରିରେ ଶୋଇ ପଡୁଥିଲେ । ଆଜି ପାଲକୋଣ୍ଡା ଗ୍ରାମରୁ ଆଦିବାସୀ ଦମ୍ପତି ଉରେ ଓ ଦେବା ଦୁହେଁ ଶଗଡରେ ବରାଦ ଅନୁସାରେ ଶୁଖିଲା କାଠ ଆଣି ମିକଶ୍ଚର ମାଲିକ କୃଷ୍ଣ ଦେବନାଥକୁ ଦେବା ଲାଗି ଆସିଥିବା ବେଳେ ପ୍ରଥମେ ତାଙ୍କୁ ନିଜରୁ ଉଠାଇବା ପାଇଁ ଉରେ ତାର ବାଡ ଫାଟକ ଖୋଲି ଭିତରକୁ ପ୍ରବେଶ କରିଥିଲା । ଠିକ୍ ଏହି ସମୟରେ ଭାଲ୍ଲୁକୁ ମାରିବା ଲାଗି ଯୋଜନା ବଦ୍ଧ ଭାବେ ବିଦ୍ଯୁତ ସଂଯୋଗ କରା ଯାଇଥିବା ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ଉରେ ମାଢି ଘଟଣା ସ୍ଥଳରେ ମୃତ୍ଯୁ ବରଣ କରିଥିଲା ।ଏ ସଂପର୍କରେ ଦେବା ଆଜି ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଛି । ପୋଲିସ ବର୍ତ୍ତମାନ ସୁଦ୍ଧା ମିକଶ୍ଚର ମାଲିକ କୃଷ୍ଣ ଦେବନାଥଙ୍କ ପ୍ରତି କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରି ନଥିବା ଜଣା ପଡିଛି । ପ୍ରଶ୍ନ ଉଠୁଛି ଭାଲ୍ଲିକୁ ବିଦ୍ଯୁତ ତାର ଲଗାଇ ମାରିବାକୁ କଣ ବନ ବିଭାଗ ମିକଶ୍ଚର ମାଲିକଙ୍କୁ ଅନୁମତି ଦେଇଥିଲା କି ? ମିକଶ୍ଚର ମାଲିକ ବନ କର୍ମଚାରୀଙ୍କୁ ଭାଲ୍ଲୁ ଉପଦ୍ରବ ସଂପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ଯ ଏଥି ପାଇଁ କାହିଁକି ଗୁରୁତ୍ବ ଦିଆ ଯାଇ ନଥିଲା ? ଏହି ଦୁର୍ଘଟଣା ପାଇଁ ବନ କର୍ମଚାରୀମାନେ ଦାୟୀ ନୁହେଁ କି ?ଏହାର ତଦନ୍ତ କରାଯାଇ ମିକଶ୍ଚର ମାଲିକ ଏବଂ ବନ କର୍ମଚାରୀଙ୍କ ପ୍ରତି ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ପାଲକୋଣ୍ଡା ଗ୍ରାମବାସୀ ଦାବି କରିବା ସହ କ୍ଷତି ପୂରଣ ଦାବି କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.