ଯାଜପୁର,୧୩/୦୧(ପିପିଟି) : ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଅଧିକାଂଶ ଜିନିଷ ଭାରତୀୟ ମାନକ ବୁ୍ୟରୋ ଦ୍ୱାରା ପ୍ରମାଣିକୃତ ହୋଇଥାଏ । ତେବେ କ୍ରୟ ଓ ଉପଯୋଗ ସମୟରେ ଏହାର ମାନକ ଓ ଗୁଣବାକୁ ଅନୁଧ୍ୟାନ କରିବାକୁ ଭାରତୀୟ ମାନକ ବୁ୍ୟରୋ ବା ବି.ଆଇ.ଏସ୍. ର ବୈଜ୍ଞାନିକ ଅବିନାଶ ବର୍ଦୋଲିନା ଅନୁରୋଧ କରିଚ୍ଥନ୍ତି । ବୁଧବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବୁ୍ୟରୋ ଅଫ୍ ଇଣ୍ଡିଆ ଷ୍ଟାଣ୍ଡାର୍ଡ ବା ଭାରତୀୟ ମାନଙ୍କ ବୁ୍ୟରୋ ତରଫରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଅଧ୍ୟକ୍ଷତା କରିବା ସହ ବ୍ୟକ୍ତିଗତ ଓ ଆନୁଷ୍ଠାନିକ ସ୍ତରରେ ଆମେ ବିବିଧ ଜିନିଷ କିଣୁଥିବା ବେଳେ ତାହାର ଗୁଣବତ୍ତା ଓ ମାନକକୁ ଅନୁଧ୍ୟାନ କରିବାକୁ ଅଣଦେଖା କରୁଥାନ୍ତି । ତେବେ ଏହା ଜରୁରୀ ଓ ହିତକର । ତେଣୁ ଏହି କର୍ମଶାଳା ସମସ୍ତଙ୍କ ପାଇଁ ଏକ ନୂଆ ମାର୍ଗ ଦର୍ଶନ କରାଇ ପାରିବ ବୋଲି ସେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଉପ ଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ପ୍ରମୁଖ ଏହି ମାନକ ର ନିୟିମିତ ଉପଯୋଗ ଓ ଅନୁଧ୍ୟାନ ସଂପର୍କରେ ଗୁୁରୁତ୍ୱ ଦେଇଥିଲେ । ବୈଜ୍ଞାନିକ ଶ୍ରୀ ବର୍ଦୋଲିନା ଆମ ଦେଶରେ ଦୀର୍ଘ ୭୫ ବର୍ଷ ହେଲାଣି ଏହି ମାନକ ବ୍ୟବହୃତ ହୋଇ ଆସିଚ୍ଥି ଓ ଦେଶର ପ୍ରଥମ ଭାରତୀୟ ମାନକ ହେଲା ଜାତୀୟ ପତାକା ବୋଲି ସେ କହିଥିଲେ । ଦୁଇ ପ୍ରକାର ସାର୍ଟିଫିକେସନ ମଧ୍ୟରୁ ପ୍ରଥମଟି ସ୍ୱେଚ୍ଚ୍ଥାକୃତ ବା ଭଲୁ୍ୟଣ୍ଟାରୀ ଓ ଦ୍ୱିତୀୟଟି ବାଧ୍ୟତା ମୂଳକ ବା ମାଣ୍ଡାଟୋରୀ ଅଟେ । ବାଧ୍ୟତା ମୂଳକ ବା ମାଣ୍ଡାଟୋରୀ ସାର୍ଟିଫିକେସନରେ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ , ମିନେରାଲ ପାଣି ବୋତଲ, ଶିଶୁ ଖାଦ୍ୟ, ମାସ୍କ , ପି.ପି.ଇ. ଘରୋଇ ଏଲ୍.ପି.ଜି. ଗ୍ୟାସ ସିଲିଣ୍ଡର, ସିମେଣ୍ଟ, ପି.ଭି.ସି. ଇନସୁଲେଟର କେବୁଲ, ହେଲମେଟ୍, ଖେଳଣା ରହିଚ୍ଥି । ମୋଟ ୨୧ ହଜାର ପ୍ରଡକ୍ଟ ମାନଙ୍କ ସାର୍ଟିଫିକେଟ ପ୍ରକାଶିତ ହୋଇଥିବା ବେଳେ ୩୯ ହଜାରକୁ ଲାଇସେନ୍ସ ପ୍ରଦାନ କରାଯାଇଚ୍ଥି । ୧୪ ଟି ବୈଷୟିକ ଡିଭିଜନ ଯଥା- କେମିକାଲ୍ସ, ସିଭିଲ ଇଂଜିନିୟରିଂ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍ପଂରମେସନ ଟେକ୍ନୋଲୋଜି, ଇଲେକ୍ଟ୍ରୋ ଟେକ୍ନିକାଲ ଇତ୍ୟାଦି ଏଥିରେ ସାମିଲ । ରାଜ୍ୟରେ ଭୁବନେଶ୍ୱର ଠାରୁ ୧୯୭୬ ରେ ଏହି ବୁ୍ୟରୋ ସ୍ଥାପିତ ହୋଇଅଚ୍ଥି । ଏଥିରେ ୭୯୪ ପ୍ରଡକ୍ଟ ପାଇଁ ଲାଇସେନ୍ସ ପ୍ରଦାନ ହୋଇଥିବା ବେଳେ ୨୮୧୮ କୁ ହଲ୍ ମାର୍କ ପ୍ରଦାନ କରାଯାଇଚ୍ଥି ବୋଲି ଶ୍ରୀ ବର୍ଦୋଲିନା ସୂଚନା ଦେଇଥିଲେ । ବର୍ତ୍ତମାନ ଦୁଗ୍ଧ ଜାତୀୟ ପ୍ରଡକ୍ଟ ଗୁଡିକୁ ମଧ୍ୟ ମାନକରେ ସାମିଲ କରାଯିବ । ମାନକରେ ଅସଙ୍ଗତି ବା ମାନ ହ୍ରାସ ସଂପର୍କରେ ଅଭିଯୋଗ କରିବାର ବ୍ୟବସ୍ଥା ରହିଚ୍ଥି ବୋଲି ସେ କହିଥିଲେ । ପ୍ରାରମ୍ଭରେ ସହକାରୀ ଜିଲ୍ଲାପାଳ ତିଳୋମା ପୃଷ୍ଟି ସମସ୍ତଙ୍କୁ ସ୍ୱାଗତ କରିବା ସହ କର୍ମଶାଳାର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ଏଥିରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଯୋଗଦେଇ ବିବିଧ ଜିଜ୍ଞାସାର ସମାଧାନ କରିଥିଲେ ।