ଭାରତୀୟ ମଜଦୁର ସଂଘ,ରାୟଗଡା ପକ୍ଷରୁ ବିଶ୍ବ ଯୋଗ ଦିବସ ପାଳିତ।

0 290

ରାୟଗଡ଼ା,୨୧/୦୬(ପିପିଟି);ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ମଜଦୁର ସଂଘ ସାରା ଭାରତରେ ପାଳନ କରିଛି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ସମସ୍ତ ବ୍ଲକ୍ ସ୍ତରରେ ପାଳନ କରାଯାଇଛି । ଆଜି ଭାରତୀୟ ମଜଦୁର ସଂଘ ରାୟଗଡ଼ା ଜିଲ୍ଲା ସ୍ତରୀୟ ଯୋଗ ଦିବସରେ ଯୋଗ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଯୋଗ ଗୁରୁ ତଥା ବିଶ୍ଵହିନ୍ଦୁ ପରିଷଦର ପ୍ରଳୟ ସାହୁ, ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଯୋଗେଶ୍ଵର ଦାସ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗର ମହନୀୟତା ତଥା ଯୋଗ ଏକ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଅଭ୍ୟାସ। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତ ବିଶ୍ଵକୁ ଏକ ନୂତନ ପରିଚୟ ପ୍ରଦାନ କରିଛି ବୋଲି ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ ଖଗେଶ୍ବର ସିଂହ,ଉପସଭାପତି ମୋହନ ରାଓ ମାଝି, ବିଶ୍ଵକର୍ମା ମଜଦୁର ସଂଘର ସଭାପତି ଦୁର୍ଗାମାଧବ ଘୋଷ,ସମ୍ପାଦକ ବନ୍ଧୁ ସନ୍ତୋଷ ପଟ୍ଟନାୟକ ,ସଫେଇ ମଜଦୁର ସଂଘର ମୁଦୁନୁରୁ ରାମ ବାବୁ, ବ୍ୟବସାୟୀ ମଜଦୁର ସଂଘର ଆନନ୍ଦ ରାଉଳ,ରବିନାରାୟଣ ଗୌଡ ପରିଚାଳନା କରିଥିଲେ।ଶେଷରେ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ଜିଲ୍ଲା ସଂପାଦକ ଖଗେଶ୍ବର ସିଂ ଧନ୍ୟବାଦ ଜଣାଇଥିଲେ ।

(ରିପୋର୍ଟ- ନବୀନ ନାୟକ ବେହେରା। )

Leave A Reply

Your email address will not be published.