ଭାରତୀୟ ପ୍ରଶାସନିକ ସେବା ଏବଂ ରୟାଲ ଭୁଟାନ୍ ସିଭିଲ ସର୍ଭିସେସ୍ ଅଧିକାରୀଙ୍କ ହିଞ୍ଜିଳି ଗସ୍ତ ।

0 337

ବ୍ରହ୍ମପୁର,୩୧/୦୫( ପିପିଟି): ଭାରତୀୟ ପ୍ରଶାସନିକ ସେବା ଏବଂ ରୟାଲ ଭୁଟାନ୍ ସିଭିଲ ସର୍ଭିସ୍ ର ୨୦୨୧ ବ୍ୟାଚ୍ ଅଧିକାରୀ ଗଣ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିବା ସହ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ । ଆଜି ଦ୍ୱିତୀୟ ଦିବସରେ ହିଞ୍ଜିଳି ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଦେଖିବା ସହ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରକାଶ ଥାଉକି ମସୌରୀ ଠାରେ ଥିବା ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ରୁ ଏହି ୩୮ ଜଣ ଅଧିକାରୀ ଏକାଡେମୀର ଯୁଗ୍ମ ନିର୍ଦ୍ଦେଶିକା ରାଧିକା ରସ୍ତୋଗୀଙ୍କ ନେତୃତ୍ବରେ ହିଞ୍ଜିଳି ଆସିଥିଲେ । ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ଦ୍ବାରା ପରିଚାଳିତ ଭାରତ ଦର୍ଶନ କାର୍ଯ୍ୟକ୍ରମର ଏହା ଅଂଶ ବିଶେଷ।ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ଏକାଡେମୀର ଯୁଗ୍ମ ନିର୍ଦ୍ଦେଶିକା ରାଧିକା ରସ୍ତୋଗୀ ନିଜ ବକ୍ତବ୍ୟ ରେ ଗଞ୍ଜାମ ଜିଲ୍ଲାର କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇ ଓଡିଶା ଭଳି ପ୍ରକୃତିକ ବିପର୍ଯ୍ୟୟ ରାଜ୍ୟର ବିକାଶ ନିମନ୍ତେ କିଭଳି ଯୋଜନା କାର୍ଯ୍ୟକାରୀ ହେବା ସହିତ ବିପର୍ଯ୍ୟୟ ସତ୍ତ୍ବେ ଏହାର ମୁକାବିଲା କରି ଉନ୍ନୟନ ମୂଳକ ପ୍ରସ୍ତୁତିର ଧାରାକୁ ପ୍ରଶଂସା କରିଥିଲେ । ଅପରପକ୍ଷରେ ଆଜି ଆସିଥିବା ସମସ୍ତ ୩୮ ପ୍ରଶିକ୍ଷଣରେ ଥିବା ଆଇ.ଏ.ଏସ୍ ପ୍ରଥମେ ପୁରୁଷୋତ୍ତମ ସ୍ଥିତ ତାରାତାରିଣୀ ମନ୍ଦିର ଗସ୍ତରେ ଆସି ମାଁ ଙ୍କ ଦର୍ଶନ ସହ ଉକ୍ତ ଟୁରୀଯମ୍ ମନ୍ଦିରର ଉନ୍ନୟନ ବିଷୟ ବୁଲି ଦେଖିଥିଲେ। ପରବର୍ତ୍ତୀ ସମୟରେ ଐତିହାସିକ ଜଉଗଡ ଓ କାଳେଶ୍ୱର ପାର୍କ ବୁଲି ଦେଖୀଥିଲେ । ଏହାପରେ ହିଞ୍ଜିଳି ବ୍ଲକର ଶାସନ ଆମ୍ବଗାଁ ଗ୍ରାମ ପଞ୍ଚାୟତକୁ ଆସି ସେଠାରେ ନିର୍ମିତ ହୋଇଥିବା ଗ୍ରାମାଞ୍ଚଳ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର, ଆଦର୍ଶ ଅଙ୍ଗନବାଡି କେନ୍ଦ୍ର, ଆଦର୍ଶ ପୋଖରୀ ,ଗ୍ରାମାଞ୍ଚଳରେ ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ପାର୍କ ଏବଂ ମହିଳା ସସକ୍ତି କରଣ ପାଇଁ ନିର୍ମିତ ମିଶନ ଶକ୍ତି ଗୃହ ବୁଲି ଦେଖିଥିଲେ।ପରବର୍ତ୍ତୀ ସମୟରେ ହିଞ୍ଜିଳି ପୌରପରିଷଦ ଠାରେ ପହଞ୍ଚି ନେତାଜିପାର୍କ ଓ ଅଞ୍ଚଳ ର ସର୍ବପୁରାତନ ବିଦ୍ୟାଳୟ ତଥା ରୂପନ୍ତରିକରଣ ସ୍ମାର୍ଟ ବିଦ୍ୟାଳୟ ବୃନ୍ଦାବନ ସରକାରୀ ବିଦ୍ୟାଳୟ ରେ ପହଞ୍ଚି ପରିଦର୍ଶନ କରିଥିଲେ । ହିଞ୍ଜିଳି ପୂର୍ତ୍ତବିଭାଗ ଡାକ ବଙ୍ଗଳା ଠାରେ ସାମୟିକ ବିରାମ ଓ ଲଞ୍ଚ ପରେ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ସାରୁ ପଞ୍ଚାୟତ ର ରୂପନ୍ତରିକରଣ ହାଇସ୍କୂଲ,ଆଦର୍ଶ ଗାଈ ଗୁହାଳ ଓ ବିଜୁ ପାଠାଗାରର ଉନ୍ନୟନମୂଳକ ପ୍ରକଳ୍ପ କେଉଁଭଳି ଭାବେ ପଞ୍ଚାୟତ ସ୍ତରରେ କରାଯାଇପାରିଛି ତାର ସମୀକ୍ଷା ଓ ପରିଦର୍ଶନ କରିଥିଲେ।ଏକ ମୌଖିକ ପ୍ରଶ୍ନରେ ଯୁଗଳ ମହାପାତ୍ର ୨୦୨୧ ବ୍ୟାଚ ପ୍ରୋବେଶନାରୀ ଆଇ.ଏ.ଏସ୍ କହିଥିଲେ ଯେ ଏହା ଆମପାଇଁ ଏକ ପଞ୍ଚାୟତ ସ୍ତର ବା ଆଞ୍ଚଳିକ ସ୍ତରର ଉନ୍ନତିମୂଳକ ପ୍ରକଳ୍ପ ପଞ୍ଚାୟତକୁ କିଭଳି ଭାବେ ଆଦର୍ଶ ଓ ସମୃଦ୍ଧି ଦିଗରେ ପରିଗଣିତ କରିପାରେ ତାହାରିଉପରେ ପ୍ରୟୋଗାତ୍ମକ ସିଦ୍ଧାନ୍ତ ଶିକ୍ଷା କରାଯାଇଥିବା ମତ୍ତ ପ୍ରକାଶ କରିଥିଲେ।ବିକାଶଶୀଳ ରାଷ୍ଟ୍ର ଓ ଅଞ୍ଚଳର ଉନ୍ନତିପାଇଁ ଏହା ଶିକ୍ଷା ହେବବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ପ୍ରୋବେଶନାରୀ ଆଇ.ଏ.ଏସ୍ ଏହାକୁ ଏକ ପ୍ରୟୋଗାତ୍ମକ ଶିକ୍ଷା ବୋଲି ଅଭିହିତ କରିଥିଲେ। ଅତିଥି ପ୍ରଶିକ୍ଷଣ ଆଇ.ଏ.ଏସ୍ ଙ୍କୁ ହିଞ୍ଜିଳି ଗୋଷ୍ଠିଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ,ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ , ତହସିଲଦାର ପ୍ରଭାତ କୁମାର ପରିଡ଼ା ଓ ଥାନା ଅଧିକାରୀ ଅଭିମନ୍ୟୁ ଦାସ ପ୍ରଥମେ ଅଭିନନ୍ଦନ ଜଣାଇବା ସହ ଆଞ୍ଚଳିକ ଓ ପୌରପରିଷଦର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରାଇବାରେ ଅଗ୍ରଣୀ ଭୂମିକା ନିଭାଇ ଥିଲେ।ଏଥିସହ ଉନ୍ନୟନ ମୂଳକପ୍ରକଳ୍ପ ସମ୍ବନ୍ଧୀୟ ସଂକ୍ଷିପ୍ତ ଆଲୋଚନା ସହ ପ୍ରଶିକ୍ଷଣ କରାଇଥିଲେ।

Leave A Reply

Your email address will not be published.