ଭାରତରତ୍ନ ଡ. ବିଆର ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ ।

0 234

ମାଲକାନଗିରି,୧୪/୦୪(ପିପିଟି):
ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବାସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ୧୩୨ତମ ଜୟନ୍ତୀ ମାଲକାନଗିରି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସ୍ଥାନୀୟ ବସଷ୍ଟାଣ୍ଡ ପରିସରରେ ପାଳିତ ହୋଇଯାଇଛି । ନିମନ୍ତ୍ରିତ ଅତିଥିମାନେ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରଥିଲେ। ଏହି ଜୟନ୍ତୀରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ,ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ ଓ ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗଦେଇଥିଲେ । ଏହି ପରୀପ୍ରେକ୍ଷୀରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ସଭାପତିତ୍ବ କରି କହିଥିଲେ ଯେ ଆଧୁନିକ ଭାରତ ଗଠନରେ ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଅବଦାନ ଓ ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା। ସେ ଏକାଧାରରେ ଶିକ୍ଷା,ସଂଘର୍ଷ ତଥା ସଂଗଠନ ଭଳି ସ୍ଲୋଗାନ ପ୍ରବର୍ତ୍ତନ କରି ସମାଜକୁ ଏକ ନୂଆ ଦିଗଦର୍ଶନ ଦେଇଥିଲେ । ଆମ୍ବେଦକରଙ୍କ ପାଇଁ ଦେଶର ଶୋଷିତ,ଦଳିତ,ଆଦିବାସୀ ମହିଳା, ଦରିଦ୍ର ସମସ୍ତେ ନ୍ୟାୟ ପାଇବାକୁ ସମର୍ଥ ହୋଇଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ କହିଛନ୍ତି। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁ କହିଥିଲେ ଯେ ଏକ ସାଧାରଣ ପରିବାରରେ ଜନ୍ମ ନେଇ ଡକ୍ଟର ଆମ୍ବେଦକର ଅସାଧାରଣ ଜ୍ଞାନ ଓ ଦକ୍ଷତାର ଅଧିକାରୀ ହେବା ସଙ୍ଗେ ସଙ୍ଗେ ସମଗ୍ର ବିଶ୍ବରେ ଭାରତର ସମ୍ବିଧାନିକ ବ୍ୟବସ୍ଥାକୁ ଶ୍ରେଷ୍ଠତର ମର୍ଯ୍ୟାଦା ପ୍ରଦାନ କରିପାରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତରତ୍ନ ବାବାସାହେବଙ୍କ ଜୀବନ ଗରିବ ବଞ୍ଚିତ,ନିଷ୍ପେସିତ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ଉତଥାନ ଓ ସଶକ୍ତିକରଣ କରିବାରେ ସମର୍ପିତ ରହିଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମାଥିଲି ତହସିଲଦାର ଚନ୍ଦନ କୁମାର ଭୋଇ, ଜିଲ୍ଲା ନିୟୋଜନ ଅଧିକାରୀ ମନସ୍ଵି ସେଠୀ, ଡେପୁଟି କଲେକ୍ଟର ଧ୍ରୁବ ଚରଣ ମୁଦୁଲି, ପୌର ପରିଷଦ ନିର୍ବାହୀ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ,ଘନଶ୍ୟାମ ମାଡକାମୀ, ଭୁଦେବ ମହାନନ୍ଦିଆ, ଲକ୍ଷ୍ମଣ ଘରାମୀ, ଜାରା ଶବର ମାଢି, ପ୍ରଭାକର ହନ୍ତାଲ, ସନୁ ଅନୁଗୁଙ୍କ ସମେତ ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀ,ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.