ଭାଭା ଅଟୋମେଟିକ ରିସର୍ଚ୍ଚସେଣ୍ଟର ତରଫରୁ ଦୁଇହଜାର ଲିଟର ପାଣିଟାଙ୍କି ପ୍ରକଳ୍ପ ଶୁଭ ଉଦ୍‌ଘାଟନ।

0 479

ବୋଲଗଡ଼ ,୦୮/୦୬(ପିପିଟି):ବୋଲଗଡ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତ ସ୍ଥିତ ସାଗରଗୁଆଁ, ପାଟବନ୍ଧ, ବେଣାଗାଡିଆ ଗ୍ରାମରେ ଭା ଭା ଅଟୋମେଟିକ୍ ରିସର୍ଚ୍ଚ ସେଣ୍ଟର ତରଫରୁ ବିଶୁଧ ପିଇବା ପାଣିର ସମସ୍ୟା ଦୂର କରିବା ପାଇଁ ୨୦୦୦ଲିଟର ବିଶିଷ୍ଟ ପାଣି ଟାଙ୍କି ତିନୋଟି ପ୍ରକଳ୍ପ ଏହି ତିନୋଟି ଗ୍ରାମକୁ ଯୋଗାଇ ଦେଇଛି ।ଏହି ପଞ୍ଚାୟତରେ ଫ୍ଳୋରାଇଡ ଅଞ୍ଚଳ ହୋଇଥିବାରୁ ଯେଉଁ ଭଳି ପିଇବା ପାଣି ସମସ୍ୟା ଉପୁଜିଛି ସେଥିରୁ ଦୂରୀଭୂତ କରିବାକୁ ଭା ଭା ଅଟୋମେଟି ରିସର୍ଚ୍ଚ ସେଣ୍ଟର ତରଫରୁ ଏହାସୁଭ ଉଦ୍‌ଘାଟନ କରାଯାଇଥିଲା। ଏହି ପ୍ରୟାସକୁ ବହୁ ପ୍ରଶଂସା ମଧ୍ୟ କରାଯାଇଥିଲା ।ଏହି ତିନୋଟି ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଟାଙ୍କିର କରିବା ପାଇଁ ଭା ଭା ର କର୍ମକର୍ତ୍ତା ସାଇଣ୍ଟିଫିକ ସୁଶୁଲ ତିୱାରି,ତୋୟମ ଟେକ୍ନୋଲୋଜି ସୁର୍ଯ୍ଯଭାନୁ ଦଲାଲଙ୍କ ସହିତ ସ୍ଥାନୀୟ ସରପଞ୍ଚ ରମାମଣି ଦେଇ, ବ୍ଲକ ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ ଓ ବଡକୁମାରି ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଭୁ – ତଳ ଜଳକୁ ପ୍ରଦୂଷଣରୁ ଶୁଦ୍ଧ କରିବା ସହ ଯେଉଁ ଭଳି ଭାବରେ ଉତ୍କଣ୍ଠା ବଢ଼ି ଚାଲିଛି ପିଇବା ପାଣିର ସେଥିରୁ ମୁକ୍ତି ପାଇବା ନିମନ୍ତେ ଓ ଏହା ଦ୍ବାରା କିପରି ଅଞ୍ଚଳବାସି ଉପକୃତ ହେବେ ସେ ସମ୍ପର୍କରେ ଆଲୋଚନା କରି ମୁଖ୍ୟ ଅତିଥିମାନେ ଏହି ଭଳି ଆଉ ଅନ୍ୟ ଅଞ୍ଚଳରେ ଦୂରୀଭୂତ କରିବାକୁ ସଂକଳ୍ପ ବଦ୍ଧ କରିଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.