ଭଞ୍ଜନଗର ହେଲମେଟ ଚେକିଙ୍ଗ ଜୋରଦାର ।

0 509

ଭଞ୍ଜନଗର,୦୩/୦୩(ପିପିଟି); ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ମାସ ପାଳନ କରି ଜନସାଧାରଣ ଙ୍କୁ ସଚେତନ କରିବା ପରେ ନୂତନ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଉଦ୍ଦେଶ୍ୟରେ ବୁଧବାର ସନ୍ଧ୍ୟାରେ ଭଞ୍ଜନଗର ଥାନା ସମ୍ମୁଖ ରାସ୍ତାରେ ପୋଲିସ ତରଫରୁ ଚେକିଙ୍ଗ ଜୋରଦାର କରାଯାଇଛି।ବିନା ହେଲମେଟରେ ଯାତ୍ରା କରିବା, ବାଇକ ରେ ୨ରୁ ଉର୍ଦ୍ଧ୍ବ ଯାତ୍ରୀ ବସିବା,ଗାଡ଼ି ଚଲେଇବା ସମୟରେ ମୋବାଇଲ ରେ କଥା ହେବା,ଡ୍ରାଇଭିଂ ଲାଇସେନ୍ସ, ଗାଡ଼ିର ଅନ୍ୟାନ୍ୟ କାଗଜପତ୍ର ନଥିବାରୁ ବହୁ ଲୋକ ଅର୍ଥଦଣ୍ଡ ଗଣିଥିବା ଦେଖାଯାଇଛି।ଆଗାମୀ ଦିନରେ ମଧ୍ୟ ଚେକିଙ୍ଗ କଡ଼ାକଡ଼ି ହେବ ବୋଲି ଥାନାଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି। ଗତ କିଛିଦିନ ହେବ ସ୍ଥାନୀୟ ଅଞ୍ଚଳରେ ଲଗାତାର ଭାବେ ପ୍ରତିଦିନ ଦୁର୍ଘଟଣାରେ ବହୁ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖାଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.