ଭଞ୍ଜନଗର ରୋଟାରୀ କ୍ଲବ୍ ର ୧୫ ତମ ଅଧିଷ୍ଠାନ ଦିବସ ।

0 298

ବେଲଗୁଣ୍ଠା,୨୦/୦୭(ପିପିଟି):ମଙ୍ଗଳବାର ସନ୍ଧ୍ୟାରେ ଭଞ୍ଜନଗର ଆରଏମସି ସଭାଗୃହ ଭଞ୍ଜନଗର ରୋଟାରୀ କ୍ଲବ୍ ର ୧୫ ତମ ଅଧିଷ୍ଠାନ ଦିବସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୨୦୨୨-୨୩ ବର୍ଷର ଜିଲ୍ଳା ଗଭର୍ଣ୍ଣର ତଥା ଡିଜିଇ ରୋଟାରୀଆନ୍ ଜୟଶ୍ରୀ ମହାନ୍ତି,ସମ୍ମାନୀତ ଅତିଥି ଭାବେ ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର ,ଛଅ ନମ୍ବର୍ ଜୋନ୍ ଜୋନାଲ୍ ଚେୟାର ରୋଟାରୀଆନ ବି କୁଶ ପାତ୍ର ଏବଂ ଆସିଷ୍ଟାଣ୍ଟ ଗଭର୍ଣ୍ଣର ରୋଟାରୀଆନ ମଦନ ମୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୨୦୨୧-୨୨ ର ଭଞ୍ଜନଗର ରୋଟାରୀ କ୍ଲବ୍ ସଭାପତି ଭି ଦେବୀ ପ୍ରସାଦ ପାତ୍ର ଏବଂ ସମ୍ପାଦକ ସୁଧୀର କୁମାର ପାଣିଗ୍ରାହୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ୨୦୨୨-୨୩ ବର୍ଷ ପାଇଁ ନିର୍ବାଚିତ ହୋଇଥିବା ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ ମଧୁସୂଦନ ମହାପାତ୍ର ଏବଂ ସମ୍ପାଦକ ରୋଟାରୀଆନ ପି.ଶ୍ରୀନୀବାସ ସୁବୁଦ୍ଧିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ରୋଟାରୀ କ୍ଳବ୍ ଦ୍ୱାରା ଚାଲିଥିବା ଜନହିତକାର କାର୍ଯ୍ୟକୁ ଅଧିକ ବ୍ୟାପକ କରାଯିବ ବୋଲି ରୋଟାରୀ କ୍ଲବ୍ ସଭାପତି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ଆଗାମୀ ୨୬ ତାରିଖରେ ପ୍ରାକ୍ତନ ରୋଟାରୀ କ୍ଳବ୍ ସଭାପତି ସ୍ଵର୍ଗତ ଅମୂଲ୍ୟ ଦାସଙ୍କ ତିରୋଧାନ ଦିବସ ଉପଲକ୍ଷେ ରୋଟାରୀ କ୍ଳବ୍, ବେଲଗୁଣ୍ଠା ପ୍ରେସକ୍ଳବ, ସମ୍ବାଦ- ଆମ ଓଡ଼ିଶା ଏବଂ ପୂରାତନ ଛାତ୍ର ସଂଗଠନର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସମ୍ପର୍କରେ ଆଲୋଚନା କରାଯାଇଥିଲା ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )ମ

Leave A Reply

Your email address will not be published.