ଭଞ୍ଜନଗର ରେ ବିଶ୍ୱ ରକ୍ତଦାତା ଦିବସ ମୂଲ୍ୟହୀନ ।

0 9

ଭଞ୍ଜନଗର,୧୪/୦୬(ପିପିଟି); ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁନ ୧୪ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଉଛି। ରକ୍ତର କୌଣସି ବିକଳ୍ପ ନାହିଁ, ରକ୍ତଦାନ ଜୀବନ ଦାନ ସହ ସମାନ। ବିଶ୍ୱ ରକ୍ତଦାତା ଦିବସ ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ରାଜ୍ୟର ସମସ୍ତ ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ସେମାନଙ୍କର ତ୍ୟାଗ ଓ ସେବାକାର୍ଯ୍ୟକୁ ସମ୍ମାନ ଜଣାଇ ଶୁଭେଚ୍ଛା ଜଣେଇଛନ୍ତି। ସେମାନେ ସ୍ୱତଃ ପ୍ରବୃତ୍ତ ଭାବେ ରକ୍ତଦାନ କରି ଅକାଳରେ ଝଡିପଡୁଥିବା ବହୁ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେଉଥିବା ବେଳେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ବିଶ୍ୱ ରକ୍ତଦାତା ଦିବସର କୌଣସି ମୂଲ୍ୟ ନାହିଁ। କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ମେଡ଼ିକାଲର ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ଅତି ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଥିବା ବେଳେ ଆଜି ଭଳି ଦିନରେ ରକ୍ତଦାତାଙ୍କ ପ୍ରତି କାହାର ଆନ୍ତରିକତା ନଥିବା ଦେଖାଯାଇଛି। କରୋନା ସମୟରେ ଭଞ୍ଜନଗର ମେଡ଼ିକାଲ ରେ ଥିବା ଓଡିଶା ରକ୍ତ ଭଣ୍ଡାରରେ ଘୋର ରକ୍ତର ଅଭାବ ଦେଖା ଦେଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବହୁ ସ୍ବେଛାସେବୀ ସଙ୍ଗଠନ ଓ ସ୍ବେଚ୍ଛାକୃତ ରକ୍ତଦାତା ଆଗେଇ ଆସି ରକ୍ତଦାନ କରି ଆବଶ୍ୟକତା ପୂରଣ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।ଯାହାଫଳରେ ବହୁ ରୋଗୀ ଏଥିରେ ଉପକୃତ ହୋଇ ନୂଆ ଜୀବନ ପାଉଛନ୍ତି।ଦୁଃଖର ବିଷୟ ଯେଉଁମାନେ ସର୍ବାଧିକ ରକ୍ତଦାନ କରି ଅନ୍ୟ ରକ୍ତଦାତାଙ୍କ ପାଇଁ ଉଦାହରଣ ସାଜିଛନ୍ତି ସେମାନଙ୍କ ନାମ ସ୍ଥାନୀୟ ରକ୍ତଭଣ୍ଡାର ରେକର୍ଡ଼ରେ ନାହିଁ।ଏସମ୍ପର୍କରେ ଦାୟୀତ୍ୱରେ ଥିବା ଅଧିକାରୀଙ୍କୁ ପଚାରିବାରେ ରକ୍ତଭଣ୍ଡାର ରେ ସେଭଳି ବ୍ୟବସ୍ଥା ନଥିବାରୁ ରକ୍ତଦାତାଙ୍କ ସମ୍ପର୍କରେ ସଠିକ ସୂଚନା ମିଳି ପାରୁ ନଥିବା ଜଣାପଡିଛି। ରକ୍ତର ଅଭାବ ପୂରଣ ପାଇଁ ଆଗାମୀ ଦିନରେ କିଭଳି ଭାବେ ନୂତନ ରକ୍ତଦାତାଙ୍କୁ ସଚେତନ କରି ଉତ୍ସାହିତ କରିବା ସେଦିଗରେ କେହି ଆଗ୍ରହ ପ୍ରକାଶ କରୁ ନଥିବା ବେଳେ କେବଳ କିଛି ସଙ୍ଗଠନ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିରକୁ ଚାହିଁ ରହିଛନ୍ତି। ଭଞ୍ଜନଗର ସମେତ ୩ଜିଲ୍ଲାର ଲୋକେ ଏହି ରକ୍ତଭଣ୍ଡାର ଉପରେ ନିର୍ଭର କରୁଥିବା ବେଳେ ରକ୍ତ ଭଣ୍ଡାର ତରଫରୁ କୌଣସି ନିଜସ୍ୱ ଉଦ୍ୟମ ହେଉ ନଥିବାରୁ ବହୁ ସମୟରେ ରୋଗୀମାନେ ରକ୍ତ ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.