ଭଞ୍ଜନଗର ରେ ପହଁଚିଲା କୋଭିସିଲଡ଼ ଟୀକା ।

0 540

ଭଞ୍ଜନଗର,୧୪/୦୧(ପିପିଟି); ଭାରତର ସେରମ ଇନଷ୍ଟିଚୁଟ ଦ୍ୱାରା ପ୍ରସ୍ତୁତ କରୋନା ଟୀକା କୋଭିସିଲଡ଼ ଆଜି ସ୍ୱତନ୍ତ୍ର ଗାଡି ଯୋଗେ ବ୍ରହ୍ମପୁରରୁ ଆସି ସବୁ ପ୍ରତୀକ୍ଷାର ଅନ୍ତ ଘଟାଇଛି । ଏହି ଟୀକା ଆସନ୍ତା ୧୬ ତାରିଖ ଠାରୁ ପ୍ରତ୍ୟେକ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ପ୍ରଥମେ ଟୀକା କରଣ କରାଯିବ ଏବଂ ପର୍ଯ୍ୟାୟ କ୍ରମେ ଏହି ଟୀକା ଅନ୍ୟ ମାନଙ୍କୁ ପ୍ରଦାନ କରାଯିବ । ଆଜି ପ୍ରାୟ ସନ୍ଧ୍ୟା ୭ ଘଂଟିକା ସମୟରେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼, ମେଡିକାଲ ସୁପରିଟେଣ୍ଡେଟ ସୀତାଂଶୁ ଶେଖର ଶତପଥି, ଥାନା ଅଧିକାରୀ ସୁଦୀପ୍ତ ସାହୁ , ମେଡିକାଲ ମେନେଜର ବି. ପାଣିଗ୍ରାହୀ ସମେତ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ କୋଭିସିଲଡ଼ ଟୀକାକୁ ସୁରକ୍ଷିତ ଭାବେ ସଂଗ୍ରହ କରାଯାଇଛି । ପୂର୍ବ ପ୍ରସ୍ତୁତି ମୁତାବକ ସୁରକ୍ଷିତ ସ୍ଥାନରେ ରଖା ଯାଇଛି । ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟ ରେ ୨୦୦ ଡୋଜ ଆସିଥିବା ସୂଚନା ରହିଛି ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.