ଭଞ୍ଜନଗର ଯୁବ କଂଗ୍ରେସର କ୍ୟାଣ୍ଡାଲ ଶୋଭାଯାତ୍ରା ।

0 354

ଭଞ୍ଜନଗର,ତା-୦୯/୧୦(ପିପିଟି); ଦେଶରେ ବଢୁଥିବା ଅହେତୁକ ନାରୀ ନିର୍ଯାତନା ଓ ନିକଟରେ ଉତ୍ତରପ୍ରଦେଶ ରେ ଘଟିଥିବା ଗଣଦୁଷ୍କର୍ମ ହତ୍ୟା ଓ ପୋଲିସ ଦ୍ୱାରା ରାତିଅଧିଆ ପ୍ରମାଣ ନଷ୍ଟ କରିବାକୁ ଯେଉଁଭଳି ଭାବରେ ଶବକୁ ପୋଡିଦିଆଗଲା ଏହା ଯୋଗୀ ସରକାରର ଜଙ୍ଗଲରାଜକୁ ଜଳଜଳ କରି ପ୍ରମାଣ ମିଳୁଛି । ଏହି ପରିପ୍ରେକ୍ଷୀ ରେ ଭଞ୍ଜନଗର ଯୁବ କଂଗ୍ରେସ ପକ୍ଷରୁ ପିଡିତାଙ୍କୁ ନ୍ୟାୟ ଦାବି ରେ ଏକ କ୍ୟାଣ୍ଡାଲ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଛି । ଉତ୍କଳମଣିଙ୍କ ଜନ୍ମ ଦିବସ ରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାପ୍ରଣ କରି କ୍ୟାଣ୍ଡାଲ ଶୋଭାଯାତ୍ରା ସ୍ଥାନୀୟ ବସ ଷ୍ଟାଣ୍ଡ ଠାରୁ ଖାଲା ସାହି ପ୍ରଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଶୋଭାଯାତ୍ରା କାର୍ଯ୍ୟକ୍ରମ ଯୁବନେତା ପ୍ରଶାନ୍ତ କୁମାର ବିଷୋୟୀଙ୍କ ନେତ୍ତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଚିନ୍ମୟ କୁମାର ହୋତା,ଦେବାଶିଷ ମହାନ୍ତି ମଣ୍ଟୁ ପ୍ରଧାନ, ଲୋକନାଥ ସେଠି,ସାନୁ ବେହେରା, ଜବାହାରଲାଲ ସାହୁ,ପୂର୍ଣ୍ଣଚନ୍ଦ୍ର ସାହୁ,ବିନାୟକ ପାଣିଗ୍ରାହୀ ସମେତ ବହୁ ଯୁବ କଂଗ୍ରେସ ର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ। (ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.