ଭଞ୍ଜନଗର ମେଡ଼ିକାଲରେ ନୂତନ ଏକ୍ସରେ ମେସିନ କାର୍ଯ୍ୟକ୍ଷମ ।

0 306

ଭଞ୍ଜନଗର,୧୪/୦୨(ପିପିଟି): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସୋମବାର ଏକ ଦନ୍ତ ଏକ୍ସରେ ମେସିନର ଶୁଭାରମ୍ଭ ହୋଇଛି। ଉପଖଣ୍ଡ ମେଡିକାଲ୍ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଏଥିରେ ଦନ୍ତ ବିଶେଷଜ୍ଞ ଡା.ଅନୀଲ କୁମାର ଚୌଧୁରୀ, ମେଡିକାଲ୍ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ, ଟେକ୍ନିସିଆନ୍ ଦେବବ୍ରତ ନାୟକ ଓ କଲ୍ୟାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଦାନ୍ତ ରୋଗ ସମସ୍ୟା ରହିଥିବା ବ୍ୟକ୍ତି ମାନଙ୍କ ଏଠାରେ ମେଡିକାଲ୍ ପକ୍ଷରୁ ସରକାରୀ ବ୍ୟବସ୍ଥାରେ ମାଗଣାରେ ଏକ୍ସରେ କରାଯାଇ ଚିକିତ୍ସା ମିଳିବ ବୋଲି ଅଧୀକ୍ଷକ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଏଠାରେ ଫିଜିଓ ଥେରାପି କେନ୍ଦ୍ର ଖୋଲାଯିବା ନେଇ ପଦକ୍ଷେପ ନିଆଯାଉଥିବା ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.