ଭଞ୍ଜନଗର ବ୍ଲକର ନୂତନ ଅଧ୍ୟକ୍ଷ ହେଲେ ନରିଶୋଭା ।

0 225

ଭଞ୍ଜନଗର,୧୨/୦୩(ପିପିଟି):ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ପଦବୀ ନିମନ୍ତେ ହୋଇଥିବା ନିର୍ବାଚନରେ ବିଜେଡ଼ି ସମର୍ଥିତ ସମିତି ସଭ୍ୟ ନରିଶୋଭା ନାୟକ ବିଜୟ ଲାଭ କରିଛନ୍ତି। ଏହି ଆସନଟି ଅନୁସୂଚିତ ଜାତି ବର୍ଗର ଲୋକଙ୍କ ନିମନ୍ତେ ସଂରକ୍ଷିତ ଥିବା ଯୋଗୁଁ ବିଜେଡ଼ି ସମର୍ଥିତ ବାଇବାଲି ପଞ୍ଚାୟତର ସମିତି ସଭ୍ୟ ନରିଶୋଭା ନାୟକ ଓ ବିଜେପି ସମର୍ଥିତ ବାଉଁଶ ଲୁଣ୍ଡିର ସମିତି ସଭ୍ୟା ଅଞ୍ଜଳି ବେହେରାଙ୍କ ମଧ୍ୟରେ ଅଧ୍ୟକ୍ଷ ପଦବୀ ପାଇଁ ବ୍ଲକ କାର୍ଯ୍ୟାଳୟ ଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ମୋଟ ୨୨ଟି ପଞ୍ଚାୟତ ମଧ୍ୟରେ ବିଜେଡ଼ି ପ୍ରାର୍ଥୀ ନରିଶୋଭାଙ୍କୁ ୧୩ଖଣ୍ଡ ଭୋଟ ଓ ବିଜେପି ପ୍ରାର୍ଥୀ ଅଞ୍ଜଳିଙ୍କୁ ୯ଖଣ୍ଡ ଭୋଟ ମିଳିଥିଲା। ମାତ୍ର ୪ଖଣ୍ଡ ଭୋଟ ବ୍ୟବଧାନରେ ନରିଶୋଭାଙ୍କୁ ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚନ ଅଧିକାରୀ ବିଜୟୀ ଘୋଷଣା କରିଛନ୍ତି। ଏହାକୁ ନେଇ ବିଜେଡ଼ି ନେତୃବୃନ୍ଦ ଓ କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା। ସେମାନେ ବାଜା ବଜାଇ, ବାଣ ଫୁଟାଇ ଏହି ବିଜୟ ଉତ୍ସବକୁ ପାଳନ କରିଛନ୍ତି। ଅଧ୍ୟକ୍ଷ ନିଜ ପ୍ରତିକ୍ରିୟାରେ ଏହି ବିଜୟର ଶ୍ରେୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ସମସ୍ତ ପଞ୍ଚାୟତର ଜନସାଧାରଣଙ୍କୁ ଦେଇଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.