ଭଞ୍ଜନଗର ବନ ନିଗମ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ।

0 278

ଭଞ୍ଜନଗର,୨୩/୦୩(ପିପିଟି):  ଓଡ଼ିଶା ବନ  ଉନ୍ନୟନ ନିଗମ ତରଫରୁ ତାରସିଂ ଉପଖଣ୍ଡ ଅଧିନସ୍ଥ ଦୋ ମୁହାଣୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ବେଛାସେବୀ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଞ୍ଚାୟତର ରାଇଗୋଛା,ଟୁଇଁ ପଦର,ବଂଜର ସାହି,ଦୋ ମୁହାଣୀ,କୁଟୁଳି କୁମ୍ପା,ଗରୁଡୁ,ଖମଣ ସାହି, ନୂଆପଲ୍ଲୀ,ବିଲ୍ଲୀପଡା ଆଦି ଗ୍ରାମର ପାଖା ପାଖି ୩୬୮ଜଣ ରୋଗୀଙ୍କୁ ନିଃଶୁଳ୍କ ଚିକିତ୍ସା ଉପଲବ୍ଧ କରାଯିବା ସହ ମାଗଣାରେ ଔଷଧ ଯୋଗାଇ ଦିଆଯାଇଛି ।
ଭଞ୍ଜନଗର ବନ ନିଗମ ମୁଖ୍ୟ ପରିଚାଳକ ଦିଲ୍ଲୀପ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ତଥା ଘୁମୁସର ଦକ୍ଷିଣ ବନଖଣ୍ଡ ସହ ବନ ସଂରକ୍ଷକ ପ୍ରଭାକର ନାୟକଙ୍କ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୂଖ୍ୟ ଚିକିତ୍ସାଧୀକାରୀ ଡ଼. ନାରାୟଣ କାଣ୍ଡି, ଡ଼. ଜଗନ୍ନାଥ ମହାପାତ୍ର ଓ ସହଯୋଗୀ ଡାକ୍ତରୀଙ୍କ ସମେତ ବ୍ରହ୍ମପୁର ଅଙ୍କୁଶପୁର ସ୍ଥିତ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲ ସହକାରୀ ଅଧ୍ୟାପକ ଡ଼ା. ଶିବପ୍ରସାଦ ରାଉତ ଓ ତାଙ୍କ ସହଯୋଗୀ ଡାକ୍ତର ବର୍ଗ  ସମ୍ମୀଳିତ ଭାବେ ରୋଗୀ ସେବା ଓ ଚିକିତ୍ସା ପ୍ରଦାନ କରିଥିଲେ ।ସ୍ଥାନୀୟ ସରପଞ୍ଚ ଏବଂ ତାଙ୍କ ନେତୃତ୍ୱରେ ପରିଚାଳିତ ଯୁବ ସ୍ୱଛାସେବୀ ଦଳ ଜନ ସଚେତନତା କରି ବୟସ୍କ ଓ ଅକ୍ଷମ ରୋଗୀ ମାନଙ୍କୁ ଶାରୀରିକ ସହାୟତା ପ୍ରଦାନ କରିଥିଲେ । ସ୍ଥାନୀୟ ଘୁମୁସର ଉତ୍ତର ବନ ବିଭାଗର ସହ ବନ ସଂରକ୍ଷକ ବିକ୍ରମଦେବ ପଟ୍ଟନାୟକ,ଗାଲେରୀ ରେଞ୍ଜର ଶିବରାମ ନାୟକ,ତାରସିଂ ବନ ନିଗମ ଉପ-ପରିଚାଳକ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରିଥିଲେ । ସ୍ଥାନୀୟ ଭଞ୍ଜନଗର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣୀ ଶତପଥୀ ଓ ଅନ୍ୟତମ ସମାଜସେବୀ ତଥା ଯୁବ-ସଂଗଠକ ରାଜ କୁମାର ସାହୁ ଏହି ଶିବିରକୁ ସଂଚାଳନ କରିଥିଲେ । ଘୁମୁସର ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଚାହିଦା ମୁତାବକ ଆବଶ୍ୟକୀୟ ଜଙ୍ଗଲକାଠ ଯୋଗାଇ ଆସୁଥିବା ଏହି ବନ ନିଗମ ,ଜଙ୍ଗଲ ଜାତ କାଷ୍ଠର ସୁ-ବିନିଯୋଗ ପରିପ୍ରେକ୍ଷୀରେ ‘ମାନବ ସେବା ହିଁ ମାଧବ ସେବା-ଏହାକୁ ସଫଳ ରୂପାୟନ ଓ ସମୟପଯୋଗୀ ପୂର୍ବକ କାର୍ଯ୍ୟକାରୀ କରାଇବ ବନ-ନିଗମ ।
(ରିପୋର୍ଟ-ଜେକେ ପଟ୍ଟନାୟକ। )

Leave A Reply

Your email address will not be published.