ଭଞ୍ଜନଗର ଫୁଟବଲ ଟିମର ବିଜୟ ଉତ୍ସବ ପାଳନ ।

0 163

ଭଞ୍ଜନଗର,୨୦/୧୨(ପିପିଟି): ଭଞ୍ଜନଗର ସହରର ଏ.ନରେଶ ଫୁଟବଲ କ୍ଲବ ଆଜି ସନ୍ଧ୍ୟାରେ ଦଳର ସଫଳତା କୁନେଇ ବିଜୟ ଉତ୍ସବ ପାଳନ କରିଛି। ବୋଲଗଡ଼ ଠାରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ୍ ମ୍ୟାଚରେ ଭଞ୍ଜନଗର ଦଳ ସହ ଖୋର୍ଦ୍ଧା ଜିଲ୍ଲା କେରଙ୍ଗ ଦଳ ମଧ୍ୟରେ ଅନୁଷ୍ଠିତ ମୁକାବିଲାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ କେହି କାହାରିକୁ ଗୋଲ ଦେବାରେ ସକ୍ଷମ ହୋଇ ନଥିଲେ। ଫଳରେ ପେନାଲଟି ଶୁଟ ଆଉଟରେ ୪-୨ଗୋଲରେ ବିଜୟୀ ହୋଇ ଭଞ୍ଜନଗର ଦଳ ଚମ୍ପିୟାନ ଟାଇଟଲ ହାସଲ କରିଛି।ବିଜୟୀ ଦଳ ଟ୍ରଫି ସହ ୯,୫୦୦ପୁରସ୍କାର ଅର୍ଥରାଶି ପାଇବାରେ ସକ୍ଷମ ହୋଇଛି।ଭଞ୍ଜନଗର ଦଳର ଉମେନ ଦୁଇଟି ଗୋଲ ସ୍କୋର କରି ମେନ ଅଫ ଦି ମ୍ୟାଚ ହୋଇଥିବା ବେଳେ କୋଚ୍ ଭାବେ ପି. କାର୍ତ୍ତିକା ରାଓ ଏବଂ ଉପଦେଷ୍ଟା ଭାବେ ଏ. ବିଷ୍ଣୁ ପ୍ରସାଦ ରହିଛନ୍ତି। ଦଳର ଏହି ସଫଳତାକୁ ନେଇ ଆଜି ସନ୍ଧ୍ୟାରେ ଭଞ୍ଜନଗର ଠାରେ ସମସ୍ତ ଖେଳାଳି,ପ୍ରଶଂସକ,କ୍ରୀଡ଼ାପ୍ରେମୀଙ୍କ ଉପସ୍ଥିତିରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ବିଜୟ ଉତ୍ସବ ପାଳନ କରାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.