ଭଞ୍ଜନଗର ପୋଲିସ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ।

0 186

ଭଞ୍ଜନଗର,୦୭/୦୪(ପିପିଟି); ଦୀର୍ଘ ଦିନର ଅକ୍ଲାନ୍ତ ପରିଶ୍ରମ ପରେ କରୋନା ସ୍ଥିତିରେ ସୁଧାର ଆସୁଥିବା ଦେଖି ଦିନକୁ ଦିନ ପରିସ୍ଥିତି ସ୍ୱଭାବିକ ହେବାକୁ ଯାଉଥିବା ବେଳେ ଗତ କିଛି ଦିନ ହେବ ପୁଣି କରୋନାର ଦ୍ଵିତୀୟ ଲହର ପ୍ରଭାବରେ ପ୍ରତିଦିନ ବହୁ ନୂଆ ନୂଆ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବାରେ ଲାଗିଛନ୍ତି। ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିଯାଇଛି। ଏବେ ଠାରୁ ସତର୍କତା ଅବଲମ୍ବନ ନକଲେ ଆଗକୁ ପରିସ୍ଥିତି ଭୟଙ୍କର ହେବା ଆଶଙ୍କାରେ ପ୍ରଶାସନ ତରଫରୁ କୋଭିଡ଼ କଟକଣା କଡ଼ାକଡ଼ି କରାଯାଇଛି।ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ପୋଲିସ ତରଫରୁ ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପୋଲିସ କର୍ମଚାରୀମାନେ ହାତରେ ପ୍ଲା କାର୍ଡ଼ ଓ ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ପୋଲିସ ଥାନାରୁ ବାହାରି ମେନ ରୋଡ଼,ଖାଲା ସାହି, ଷ୍ଟେଟ ବ୍ୟାଙ୍କ ଛକ, ମହାବୀର ଛକ ଦେଇ ଫେରିଥିଲେ। ଆଗାମୀ ଦିନରେ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ଏବଂ ସାମାଜିକ ଦୂରତା ବଜାୟ ରଖିବା ଓ ଅଯଥାରେ ଭିଡ଼ ନକରିବା ଉପରେ ଗୁରୁତ୍ୱ ଦିଆଯିବ। ଏହି ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି। ଏହି ଶୋଭାଯାତ୍ରାରେ ଥାନା ଅଧିକାରୀ ଙ୍କ ସମେତ ଏସ.ଆଇ ସମୀର କୁମାର ବେହେରା, ଟୁନା ପିଡ଼ିକା ଓ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.