ଭଞ୍ଜନଗର ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ପ୍ରକାଶ ।

0 487

ଭଞ୍ଜନଗର,୦୯/୧୦(ପିପିଟି): ଦୀର୍ଘ ଦିନ ପରେ ବିଭିନ୍ନ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ବିଭିନ୍ନ ସମୁଦାୟ ସକାଶେ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି।ଯାହାକୁ ନେଇ ଚାରିଆଡେ ଉତ୍କଣ୍ଠା ଦେଖାଦେଇଛି। ପ୍ରକାଶିତ ତାଲିକା ଅନୁସାରେ ଭଞ୍ଜନଗର ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ବ୍ୟକ୍ତିଙ୍କ ନିମନ୍ତେ ରହିଥିବା ବେଳେ ଏହି ବ୍ଲକ ଅନ୍ତର୍ଗତ ଜିଲ୍ଲା ପରିଷଦ ଆସନ ମଧ୍ୟରେ ୫୦ନମ୍ବର ଜୋନ ପାଇଁ ଅଣ ସଂରକ୍ଷିତ, ୫୧ନମ୍ବର ଜୋନରେ ମହିଳା ଓ ୫୨ନମ୍ବର ଜୋନରେ ଅନୁସୂଚିତ ଜାତି ମହିଳାଙ୍କ ନିମନ୍ତେ ଉଦ୍ଧିଷ୍ଟ ରହିଛି।ସେହିପରି ୨୨ଟି ପଞ୍ଚାୟତ ମଧ୍ୟରେ କୁଲାଡ଼ ଗ୍ରାମ ପଞ୍ଚାୟତରେ ପଛୁଆ ବର୍ଗ, ଗାଲେରୀ ଠାରେ ମହିଳା,ଗୋଲାପଡାରେ ଅଣ ସଂରକ୍ଷିତ, ଗୁଣ୍ଡୁରିବାଡିରେ ଅନୁସୂଚିତ ଜନଜାତି ମହିଳା,ଜିଲୁଣ୍ଡିରେ ମହିଳା, ଡ଼ିହ ପଢାଳରେ ପଛୁଆ ବର୍ଗ ମହିଳା, ଡୁମାକୁମ୍ପାରେ ଅଣ ସଂରକ୍ଷିତ, ତିଳି ସିଙ୍ଗିରେ ପଛୁଆ ବର୍ଗ ମହିଳା, ତୁରୁମୁରେ ଅନୁସୂଚିତ ଜନଜାତି, ଦଦରା ଲୁଣ୍ଡା ରେ ଅନୁସୂଚିତ ଜନଜାତି ମହିଳା, ଦୋ ମୁହାଣୀ ରେ ମହିଳା, ବଡ଼ କୋଦଣ୍ଡାରେ ମହିଳା,ବାଇବାଲି ରେ ଅନୁସୂଚିତ ଜାତି, ବାଉଁଶ ଲୁଣ୍ଡିରେ ମହିଳା,ବାରୁଡ଼ା ରେ ଅନୁସୂଚିତ ଜାତି ମହିଳା, ବ୍ରାହ୍ମଣ ପଦରରେ ପଛୁଆ ବର୍ଗ, ମୁଜାଗଡ଼ରେ ଅଣ ସଂରକ୍ଷିତ,ମୁଦୁଲି ପଲ୍ଲି ରେ ମହିଳା,ସାନ କୋଦଣ୍ଡାରେ ଅଣ ସଂରକ୍ଷିତ,ହରିଗଡ଼ ରେ ଅନୁସୂଚିତ ଜାତି ମହିଳା, ଲାଲସିଙ୍ଗିରେ ଅନୁସୂଚିତ ଜାତି ଓ ଲେମ୍ଭେଇ ଠାରେ ଅଣ ସଂରକ୍ଷିତ ପ୍ରାର୍ଥୀଙ୍କ ନିମନ୍ତେ ରହିଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.