ଭଞ୍ଜନଗର ଡିଏଭି ପିଟି ଏସ୍ ଆର୍ ପବ୍ଲିକ୍ ସ୍କୁଲରେ ସାମାଜିକ ସେବା ଶିବିର ।

0 298

ଭଞ୍ଜନଗର,୧୯/୦୩(ପିପିଟି): ଭଞ୍ଜନଗର ଶ୍ରୀ ବିହାର ଡିଏଭି ପିଟି.ଏସ୍ .ଆର୍ ପବ୍ଲିକ୍ ସ୍କୁଲ ପରିସରରେ ଦୁଇ ଦିନିଆ ସାମାଜିକ ସେବା ଶିବିରିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍ ସ୍କୁଲର ଅଷ୍ଟମ ଓ ନବମ ଶ୍ରେଣୀର ୩୦୦ ରୁ ଉର୍ଦ୍ଦ୍ବଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ଚନ୍ଦ୍ରଶେଖରପୁର ବିଦ୍ୟାଳୟର ସ୍କାଉଟ୍ ଓ ଗାଇଡ୍ ପରିଚାଳକ କ୍ୟାପଟେନ୍ ପ୍ରଦୀପ ପଣ୍ଡା ଓ ଚିନ୍ମୟୀ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉକ୍ତ ଶିବିରିର ସମସ୍ତ ଅନ୍ତେବାସୀ ଶିକ୍ଷକ ମାନଙ୍କ ସହ ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁଉଦ୍ୟାନ ବୁଲିବା ସହ ସନ୍ଧ୍ୟାବେଳେ ଡିଏଭି ପିଟି.ଏସ୍ .ଆର୍ ସ୍କୁଲର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରବିବାର ଦିନ ସମସ୍ତ ଛାତ୍ରଛାତ୍ରୀ ପ୍ରାତଃ ଭ୍ରମଣରେ ମା’ ସୁରାଦେବୀଙ୍କ ମନ୍ଦିରକୁ ଯାଇଥିଲେ । ସେଠାରୁ ଫେରିବା ପରେ ଭୁବନେଶ୍ବର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜିଲୁଣ୍ଡି ଗ୍ରାମରେ ଏକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ସେଠାରୁ ଭଞ୍ଜନଗରର ବଡ଼କୋଦଣ୍ଡା ନିକଟସ୍ଥ ସ୍ୱାମୀ ଚିଦାନନ୍ଦ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରିବା ସହିତ କିଛି ପରିବେଶ ସ୍ବଚ୍ଛତା କାର୍ଯ୍ୟକ୍ରମ ମଧ୍ୟ କରିଥିଲେ ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.