ଭଞ୍ଜନଗର ଡାକଘର ଏଟିଏମ ଅଚଳ, ଗ୍ରାହକ ଅସନ୍ତୋଷ ।

0 271

ଭଞ୍ଜନଗର,୦୭/୧୨(ପିପିଟି): ଭଞ୍ଜନଗର ମୁଖ୍ୟ ଡାକଘରେ ଥିବା ଏକମାତ୍ର ଏଟିଏମ ଦୀର୍ଘଦିନ ହେଲା ଅଚଳ ଅବସ୍ଥାରେ ରହିଛି । ଏଠାକୁ ଟଙ୍କା ଉଠାଇବାକୁ ଆସୁଥିବା ବହୁ ଗ୍ରାହକ ପଇସା ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ଏଥିପ୍ରତି କାହାର ଧ୍ୟାନ ପଡୁନାହିଁ।ଏହି ଏଟିଏମ ଟି ଗତ ୨ତାରିଖ ଠାରୁ ଅଚଳ ହୋଇ ରହିଥିବା ଜଣାପଡିଛି । ଏହାକୁ ମରାମତି କରି ଅତିଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷ ସିପିଏମଜିଙ୍କୁ ଅବଗତ କରିବା ପରେ ସେ ଏସମ୍ପର୍କରେ ବାଙ୍ଗାଲୋର ଏଟିଏମ ୟୁନିଟକୁ ଜଣାଇବା ପରେ ସେଠାରୁ ଆଭ୍ୟନ୍ତରିଣ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଦର୍ଶାଯାଉଛି। ଏପରି ଭଞ୍ଜନଗର ଅଞ୍ଚଳରେ ଥିବା ସମସ୍ତ ବ୍ୟାଙ୍କ ଡାକଘରେ ଏଟିଏମ କାଉଣ୍ଟର ବନ୍ଦ ରହିଛି । ଯାହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେଣୁ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କୁ ସେବା ଯୋଗାଇଦେବାକୁ ଶ୍ରମିକ ନେତା ହରେକୃଷ୍ଣ ସାହୁଙ୍କ ସମେତ ଅନ୍ୟମାନେ ଦାବୀ କରିଛନ୍ତି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.