ଭଞ୍ଜନଗର ଠାରେ ୧୦ଘଣ୍ଟିଆ ବନ୍ଦ ସଫଳ ।

0 367

ଭଞ୍ଜନଗର,୨୭/୦୯(ପିପିଟି): ସଂଯୁକ୍ତ କିଷାନ ମୋର୍ଚ୍ଚା ର ଆହ୍ୱାନ କ୍ରମେ ଭାରତ ବନ୍ଦ କୁ ସଫଳ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ସାମିଲ ହୋଇଛନ୍ତି।ଭଞ୍ଜନଗର ଠାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ପୂର୍ବଦିନ ଏହି ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା। ଏଥିରେ ଭାରତ କୃଷକ ସଭା,ଓଡିଶା କୃଷକ ସଭା,ଜାତୀୟ କଂଗ୍ରେସ,ଆଦିବାସୀ ଭାରତ ମହାସଭା, ଅଖିଳ ଭାରତ କ୍ଷେତ ମଜଦୂର କିଷାନ ସଭା,ଏଆଇକେକେଏସ ଓ ଏବିଏମ ସଙ୍ଗଠନର କର୍ମକର୍ତ୍ତାମାନେ ଏକାଠି ହୋଇ ଭଞ୍ଜନଗର ସହରରେ ଥିବା ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ, ପେଟ୍ରୋଲ ପମ୍ପ ସବୁ ବନ୍ଦ କରିଥିଲେ।ଛକ ଗୁଡିକରେ ପିକେଟିଂ କରିବା ସହ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ରାସ୍ତା ଅବରୋଧ କରିଥିଲେ।ଯାହାଫଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।ଯାତ୍ରୀ ପରିବହନ ସେବା ମଧ୍ୟ ବନ୍ଦ ରହିବା ସହ ବ୍ୟବସାୟୀ ମାନେ ସ୍ୱତଃ ପ୍ରବୃତ୍ତ ଭାବେ ବନ୍ଦକୁ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ ରଖିଥିଲେ। ଜରୁରୀ କାମରେ କେବଳ କେତେକ ଯାନବାହନ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଥିଲା।ଏଥିରେ ବରିଷ୍ଠ ଆଇନଜୀବୀ ତଥା ସିପିଆଇ ନେତା ସୋମନାଥ ନାୟକ, ଅଭିମନ୍ୟୁ ଗୌଡ଼, ଦେବୀ ପ୍ରସାଦ ବିଷୋୟୀ,ସନ୍ତୋଷ କୁମାର ପଣ୍ଡା, କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ଯୁବନେତା ପ୍ରଶାନ୍ତ କୁମାର ବିଷୋୟୀ, ଜବାହରଲାଲ ସାହୁ,କୃଷ୍ଣ ଚନ୍ଦ୍ର ବିଷୋୟୀ, ସୁକାନ୍ତ କୁମାର ଦିଗାଲ, ବିରେନ୍ଦ୍ର ଗୌଡ଼, ଲୋକନାଥ ସେଠୀ, ବିନାୟକ ପାଣିଗ୍ରାହୀ ଓ ବହୁକର୍ମୀ ଉପସ୍ଥିତ ଥିଲେ।

(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.