ଭଞ୍ଜନଗର ଠାରେ ମାଟି ପାତ୍ରର ପସରା; ଲୋକଙ୍କ ମନରେ ଆଗ୍ରହ ।

0 351

ଭଞ୍ଜନଗର,୧୧/୦୧(ପିପିଟି): ପୁରାତନ ଯୁଗ ସମୟରେ ଆରମ୍ଭ ହୋଇଥିବା ମାଟି ପାତ୍ରର ବ୍ୟବହାର ଏବେ ଆଧୁନିକ ଯୁଗରେ ମଧ୍ୟ ଦେଖିବାକୁ ମିଳୁଛି। ମାଟିରେ ନିର୍ମିତ ବିଭିନ୍ନ ବାସନ କୁସନ ଠାରୁ ଆରମ୍ଭ କରି ବହୁ ଘରୋଇ ଉପକରଣର ଚାହିଦା ପୂର୍ବାପେକ୍ଷା ବଢ଼ିବାରେ ଲାଗିଛି ।ଅଧିକ ପରିଶ୍ରମ ଯୋଗୁଁ ସେଗୁଡ଼ିକର ଦାମ ଟିକିଏ ଅଧିକ ରହିଥିଲେ ମଧ୍ୟ ଲୋକମାନେ ତାହାକୁ ଗ୍ରହଣ କରିବାକୁ ପଛାଉ ନାହାନ୍ତି। ଯାହାଫଳରେ ମାଟି ପାତ୍ରର ସ୍ଵାଦକୁ ମନେ ପକାଇ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ବଡ଼ ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟ ରେ ମଧ୍ୟ ମାଟି ପାତ୍ରରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଛି। ଆଉ ସେହି ଖାଦ୍ୟକୁ ଖାଇବା ପାଇଁ ଲୋକଙ୍କ ମନରେ ଯଥେଷ୍ଟ ଆଗ୍ରହ ଥିବାରୁ ସେମାନେ ବହୁ ଦୂର ଦୂରାନ୍ତରୁ ମଧ୍ୟ ଛୁଟି ଆସିଥାନ୍ତି।ଧୀରେ ଧୀରେ ପୁଣିଥରେ ମାଟି ପାତ୍ର ପ୍ରତି ଲୋକଙ୍କ ମନରେ ଦୁର୍ବଳତା ବଢ଼ିବାରେ ଲାଗିଛି।ଏହାକୁ ଦୃଷ୍ଟିରେ ରଖି ସୁଦୂର ରାଜସ୍ଥାନ ଜୟପୁର ନିକଟ ମଧୁପୁର ଗ୍ରାମର ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଅଧିବାସୀ ନିଜସ୍ୱ ଗାଡ଼ିରେ ଆସି ମାଟି ନିର୍ମିତ ସୁନ୍ଦର ସୁନ୍ଦର ବାସନ କୁସନ ଓ ବିଭିନ୍ନ ପ୍ରକାର ଘରୋଇ ଉପକରଣର ପସରା ଭଞ୍ଜନଗର ସହର ସମେତ ବିଭିନ୍ନ ରାସ୍ତା କଡ଼ ଓ ଛକ ସ୍ଥାନ ମାନଙ୍କରେ ପକାଇ ଥିବା ଦେଖିବାକୁ ମିଳୁଛି। ସେଥି ମଧ୍ୟରେ ମାଟିରେ ନିର୍ମିତ ହଟ କେଶ,ଚା କପ, କେଟିଲ,ତାୱା,ଫିଲଟର, ଘଣ୍ଟି ଭଳି ବହୁ ଘର ସଜା ସାମଗ୍ରୀ ରହିଛି।ମାଟି ପାତ୍ରର ବାସ୍ନା ଓ ସ୍ୱାଦ ନିଆରା ହୋଇଥିବାରୁ ଏସବୁ ସୌଖିନ ଜିନିଷ କିଣିବାକୁ ମଧ୍ୟ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଛି।ଯାହାଫଳରେ ଭଲ ଦୁଇ ପଇସା ରୋଜଗାର ହେବ ବୋଲି ବ୍ୟବସାୟୀ ମାନେ ଆଶା ରଖିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.