ଭଞ୍ଜନଗର ଠାରେ ଭତ୍ତା ବଣ୍ଟନ ମେଳା ଆୟୋଜିତ ।

0 640

ଭଞ୍ଜନଗର,୨୨/୧୦(ପିପିଟି);ଆଜି ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ଗସ୍ତ କରି ଭଞ୍ଜନଗର ବ୍ଲକ ୧୯୫ ଏଵଂ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨୨ ଜଣ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିଛନ୍ତି । ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଭଞ୍ଜନଗର ବ୍ଲକର ଛଅ ଗୋଟି ଗ୍ରାମ ପଂଚାୟତର ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି | ବାଇବେଲି ପଂଚାୟତର ୧୯ ଜଣଙ୍କୁ, ଦଦରଲୁଣ୍ଡା ପଂଚାୟତର ୫୫ ଜଣ, ଡିହପଢାଳର ୪୫ ଜଣ, ଲାଲସିଂର ୨୧ ଜଣ, ମୁଜାଗଡ଼ର ୩୬ ଜଣ ଏଵଂ ଗୁଣ୍ଡରିବାଡି ପଂଚାୟତର ଯଥାକ୍ରମେ ୧୯ ଜଣ ହିତାଧିକାରୀଙ୍କୁ ମନ୍ତ୍ରୀ ଭତ୍ତା ପ୍ରଦାନ କରିଛନ୍ତି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼, ବିଡିଓ ଅନିଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ,ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ବି.ଏସ.ଏସ.ଓ ମମିତା ପ୍ରଧାନ ସମେତ ଅନ୍ୟ କର୍ମ କର୍ତ୍ତା ମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.